: ପ୍ରତିଉତ୍ତର : (ଆସିବକି ସାଥି ଟିକେ ଏଇ ଫଗୁଣରେ) ଅଗଢା ନଅର ପରି ମୋ ଜୀବନ , ଭଙ୍ଗାରୁଜା ସ୍ୱପ୍ନ କେତେ ମାନ ଅଭିମାନ ଅବଶୋଷର ସେ ବୁଢିଅାଣୀ ଜାଲେ, ଛନ୍ଦାବନ୍ଧା ଥିଲା ନିରୀହ ଯୈାବନ ॥୧॥ ଦୁଃଖର ପାଉଣା କାହିଁ କେତେଗୁଣା , କ୍ରୋଧର ଜ୍ୱାଳାରେ ଜର୍ଜରିତ ଫଣା ସୁଖ ସୈାଭାଗ୍ୟ ଶାନ୍ତି ପାଇଁ ଥିଲା , ଅଜଣା ଅଶୁଣା ମୋ ଘର ଠିକଣା ॥୨॥ ସରି ଆସୁଥିଲା ଜଳିଜଳି ସ୍ୱର୍ବ , ମନ ମଣିଷକୁ ଅପେକ୍ଷାର ପର୍ବ ନଇଁ ନଇଁ ସେଇ ଅଭିଶପ୍ତ ରାତି , ଜାଳୁଥିଲା ଆଶା କିରଣର ଗର୍ବ ॥୩॥ ଭାଙ୍ଗି ସାରିଥିଲା ସବୁ ସ୍ୱପ୍ନ ମୋର , ଆଉଜୁଥିଲି ମୋ ମନର ଦୁଆର ସୈାଭାଗ୍ୟର ସେଇ ପାହାନ୍ତି ପହରେ, ଖେଳିଗଲା ଦେହେ ପ୍ରେମର ଶିହର ॥୪॥ ଫିକା କବିତାର ନିର୍ଜୀବ ଶବଦେ, ଭରିଦେଲା କିଏ ସାତରଙ୍ଗ ସତେ ଫଗୁଣେ ସାଥିର ମିଳନ ବାରତା , ପହନ୍ଚାଇଲା କେ ପ୍ରିୟତମା ହାତେ ॥୫॥ ଆଜି ଏ ନିଶବ୍ଦ ନିସ୍ପନ୍ଦ ଜୀବନେ , ସ୍ନେହ ଶାନ୍ତି ତୃପ୍ତି ପୀରତି ବରଷେ ମୋ ଛୋଟ ଦୁନିଆ ପଡିଲା ଉଛୁଳି , ତାର ସେ ନିଃଛନ୍ଦ ପ୍ରେମର ପରଷେ ॥୬॥ #ପ୍ରତିଉତ୍ତର #ଆସିବକି_ସାଥିଟିକେ_ଏଇ_ଫଗୁଣରେ #yqbaba #yqodia #munodia #yqbhainan #kuchbateeinankahi