ସ୍ୱପ୍ନର ଅମ୍ବାର ବଜାର ର ଖେଳନା ଯେମିତି ରଙ୍ଗ ବେରଙ୍ଗ ମନ ଲୋଭାଣିଆ ଶାନ୍ତି ବଦଳରେ ସ୍ୱପ୍ନ ମିଳେ ବିକିଦେଇ ଯାଏ ମଣିଷ ସବୁ ଶାନ୍ତି ବନ୍ଧାପଡେ ସମୟ ନିତି ଚାଲେ କିଣାବିକା ଭଙ୍ଗା ସ୍ୱପ୍ନ ମୂଲହୀନ ହୋଇ ଦୁଆର ଚାମୁଟେ ମଣିଷର ଗଳାଫଟା କାନ୍ଦ, ଥକିପଡି ମାର ବୁକୁରେ ଶୋଇଯାଏ ଆଉ ଭୁଲିଯାଏ ପୁଣି ନୂଆ ସ୍ୱପ୍ନ ସଜାହୁଏ ନୂଆ ରୂପରେ ଖୁସିର ଲହର କୂଳ ଲଙ୍ଘେ , ହେଲେ କ୍ଷଣିକ ପାଇଁ ପୁଣି ବଜାରରେ ନୂଆ ଖେଳନାର ଆସର, ପୁରୁଣା ଆକର୍ଷଣ ତାକୁ ପାଇବାର ଆଶାରେ ବିକାଭଙ୍ଗା ଚାଲେ ଏ ପାଗଳ ମଣିଷ ଏମିତି ହିଁ ଘୁରୁଥାଏ ସବୁକିଛି ହରାଇ ସ୍ୱପ୍ନର ବଜାର ... ଅଜବ ସହର ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଏକେଉଁସହର #collab #yqodia #yqbhaina #odiawritings #yourquoteodia #yourquoteandmine #kuchbateeinankahi Collaborating with YourQuote Bhaina