ତୁମେ ମୋତେ ଭଲ ପାଇଥିଲ ରଫ୍ ଖାତାର କାଗଜଟେ ପରି , ଅଦରକାରୀ ଅଲୋଡା ଫର୍ଦଟିଏ ଥିଲି ତୁମ ଜୀବନ ପୃଷ୍ଠାରେ ବୋଧେ , କିଛି ଦିନ ବେଶ୍ ଥିଲି ତମ ଦରକାରୀ ହିସାବ ପାଇଁ ଜାଗାଟିଏ ଲୋଡାଥିଲା ବୋଲି , ମିଶା ମିଶି ଫେଡା ଫେଡି ଭିତରେ ମୋତେ ଦେଇଥିଲ ବାହାର କରି , ବେଈମାନ ମଣିଷ ଟେ ପରି ଚିରି ଫିଙ୍ଗିଦେଲ ମୋତେ , ବି ଏମ୍ ସି ର ଅଳିଆ ଗଦା ରେ ହଜିଗଲି ସିନା---- ତମ ଭଲ ପାଇବାକୁ ସାଉଣ୍ଟି ରଖିଛି ଆଜି ବି ମୁଁ ସିକ୍ରେଟ୍ ଡାଇରିଟେ ପରି , #odiawritings #odiapoetry #yqodia #odiakavita #odiawriting #odialiterature #odia