Nojoto: Largest Storytelling Platform

ଚାଲିଗଲା ପରେ ତା'ର ଚାଲିଗଲା ପରେ ତା'ର ଏ ଜୀବନ ଯମୁନାରେ

ଚାଲିଗଲା ପରେ ତା'ର

ଚାଲିଗଲା ପରେ ତା'ର
ଏ ଜୀବନ ଯମୁନାରେ
ପ୍ରଖର ହେଲା ଜୁଆର
ଘୋଟିଲାଣି ଅନ୍ଧକାର
ଚାଲିଗଲା ପରେ ତା'ର

ବିଞ୍ଚି ହେଲି ରାସ୍ତାପରେ
ଦଳିଦେଲେ ସହଚର
ହଜିଲା ଠିକଣା ମୋର
ହେଲିଣି ମୁଁ ଯାଯାବର
ଚାଲିଗଲା ପରେ ତା'ର

ଏଇ ଯେ ପ୍ରେମର ମୂଲ
ପାଇ ହେଲି କଲବଲ
ଯଉବନ କଲା ପର
ନିଜେବି ନୁହଁ ନିଜର
ଚାଲି ଗଲା ପରେ ତା'ର

ସମୟର ତାଳେ ତାଳେ
ବୟସ ବଢ଼ିଲା ମୋର
ଆୟୁଷ କମିଲା ବେଳେ
ସବୁ କିଛି ଅଗୋଚର
ଚାଲିଗଲା ପରେ ତା'ର

ଯବନିକା ପଡିଗଲା
ସବୁଦିନ ପାଇଁ ମୋର
ଡାକିଲେଣି କେହି କେହି
ପାଗଳ କହି ଏଥର 
ଚାଲିଗଲା ପରେ ତା'ର
©ଚିତ୍ତରଞ୍ଜନସାହୁ #odia
ଚାଲିଗଲା ପରେ ତା'ର

ଚାଲିଗଲା ପରେ ତା'ର
ଏ ଜୀବନ ଯମୁନାରେ
ପ୍ରଖର ହେଲା ଜୁଆର
ଘୋଟିଲାଣି ଅନ୍ଧକାର
ଚାଲିଗଲା ପରେ ତା'ର

ବିଞ୍ଚି ହେଲି ରାସ୍ତାପରେ
ଦଳିଦେଲେ ସହଚର
ହଜିଲା ଠିକଣା ମୋର
ହେଲିଣି ମୁଁ ଯାଯାବର
ଚାଲିଗଲା ପରେ ତା'ର

ଏଇ ଯେ ପ୍ରେମର ମୂଲ
ପାଇ ହେଲି କଲବଲ
ଯଉବନ କଲା ପର
ନିଜେବି ନୁହଁ ନିଜର
ଚାଲି ଗଲା ପରେ ତା'ର

ସମୟର ତାଳେ ତାଳେ
ବୟସ ବଢ଼ିଲା ମୋର
ଆୟୁଷ କମିଲା ବେଳେ
ସବୁ କିଛି ଅଗୋଚର
ଚାଲିଗଲା ପରେ ତା'ର

ଯବନିକା ପଡିଗଲା
ସବୁଦିନ ପାଇଁ ମୋର
ଡାକିଲେଣି କେହି କେହି
ପାଗଳ କହି ଏଥର 
ଚାଲିଗଲା ପରେ ତା'ର
©ଚିତ୍ତରଞ୍ଜନସାହୁ #odia