Nojoto: Largest Storytelling Platform

ଶେଷ ବିନ୍ଦୁ ଆଶ୍ରା ଖୋଜୁଥିବା ମଣିଷ ଶୃଙ୍ଖଳ ଲାଗିଥିବା ଗୋ

ଶେଷ ବିନ୍ଦୁ

ଆଶ୍ରା ଖୋଜୁଥିବା ମଣିଷ
ଶୃଙ୍ଖଳ ଲାଗିଥିବା ଗୋଡକୁ
ଘୋଷାରି ଘୋଷାରି ଆଗେଇବ ବୋଲି
ଅହରହ ଚେଷ୍ଟା କରି ଚାଲିଛି

ଆହାର, ଘର, ବସ୍ତ୍ରର ସନ୍ଧାନ ଆଉ,
ଫିମ୍ପି ମାରିବାକୁ ବସିଥିବା ସ୍ଵପ୍ନର
ଗଣ୍ଠିଲିର ଭାର ପିଠିରେ ଲଦି

ଯେ ଯାହା ବାଟରେ ଚାଲିଛନ୍ତି ମଣିଷ
ଏମିତି ଅନେକ ସ୍ଵପ୍ନର ଗଣ୍ଠିଲି ନେଇ
ଭଗ୍ନ ହୃଦୟ, ଆଉ ସ୍ଵାଭିମାନର
ଅଳନ୍ଧୁ ଲଗା ଜୀବନ ଗଳିରେ

ମେଞ୍ଚାଏ ଆଲୁଅ ଦୃଶ୍ୟମାନ ହୁଏ
କିଛି ଧୋବ ଫରଫର ଆଗନ୍ତୁକଙ୍କ
ଶୋଷିଲା ବାଣୀରେ ଥରକୁ ଥର

ପୁଣି ସୂର୍ଯ୍ୟ ଉଇଁବା ଆଗରୁ
ଗଢିଉଠେ ଆଉ କିଛି ମହଲ
ସେମାନଙ୍କ ଗଳିରେ
ଗରିବର ଦ୍ଵାହି ଦେଇ ଗରିବଙ୍କୁ
ଖତେଇ ହେବା ପାଇଁ

ଅପ୍ରତ୍ୟାଶିତ ତ ଏଠି କିଛି ନୁହେଁ
ତେବେ ଏ ମଣିଷ ମାନେ କଣ
ଅପ୍ରତ୍ୟାଶିତ ନା
ସମଗ୍ର କାହାଣୀର ଏକ
ଶେଷ ବିନ୍ଦୁ ମାତ୍ର ।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର
9439221989

©Tafizul Sambalpuri #ଶେଷ ବିନ୍ଦୁ
ଶେଷ ବିନ୍ଦୁ

ଆଶ୍ରା ଖୋଜୁଥିବା ମଣିଷ
ଶୃଙ୍ଖଳ ଲାଗିଥିବା ଗୋଡକୁ
ଘୋଷାରି ଘୋଷାରି ଆଗେଇବ ବୋଲି
ଅହରହ ଚେଷ୍ଟା କରି ଚାଲିଛି

ଆହାର, ଘର, ବସ୍ତ୍ରର ସନ୍ଧାନ ଆଉ,
ଫିମ୍ପି ମାରିବାକୁ ବସିଥିବା ସ୍ଵପ୍ନର
ଗଣ୍ଠିଲିର ଭାର ପିଠିରେ ଲଦି

ଯେ ଯାହା ବାଟରେ ଚାଲିଛନ୍ତି ମଣିଷ
ଏମିତି ଅନେକ ସ୍ଵପ୍ନର ଗଣ୍ଠିଲି ନେଇ
ଭଗ୍ନ ହୃଦୟ, ଆଉ ସ୍ଵାଭିମାନର
ଅଳନ୍ଧୁ ଲଗା ଜୀବନ ଗଳିରେ

ମେଞ୍ଚାଏ ଆଲୁଅ ଦୃଶ୍ୟମାନ ହୁଏ
କିଛି ଧୋବ ଫରଫର ଆଗନ୍ତୁକଙ୍କ
ଶୋଷିଲା ବାଣୀରେ ଥରକୁ ଥର

ପୁଣି ସୂର୍ଯ୍ୟ ଉଇଁବା ଆଗରୁ
ଗଢିଉଠେ ଆଉ କିଛି ମହଲ
ସେମାନଙ୍କ ଗଳିରେ
ଗରିବର ଦ୍ଵାହି ଦେଇ ଗରିବଙ୍କୁ
ଖତେଇ ହେବା ପାଇଁ

ଅପ୍ରତ୍ୟାଶିତ ତ ଏଠି କିଛି ନୁହେଁ
ତେବେ ଏ ମଣିଷ ମାନେ କଣ
ଅପ୍ରତ୍ୟାଶିତ ନା
ସମଗ୍ର କାହାଣୀର ଏକ
ଶେଷ ବିନ୍ଦୁ ମାତ୍ର ।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର
9439221989

©Tafizul Sambalpuri #ଶେଷ ବିନ୍ଦୁ