-:: ମା ::- ଦୁନିଆର ଗହଳିରେ ଯେବେ ଥକିପଡେ ମୁଁ ଆଉ ବ୍ୟତିବ୍ୟସ୍ତ ଦୁନିଆ ଥାଏ, ମନକଥା ବଖାଣି ବି ଯେବେ ପ୍ରତିଉତ୍ତରେ "ହଉ ଛାଡ ସେ ସବୁ ଡେରି ହେଲାନି ମୋର" ବହୁତ ହାଲକା ମିଜାଜରେ ସିଏ କହେ ॥ ପେଟର ଭୋକକୁ ଆଖିର ଲୁହ ଶାନ୍ତକରି ଶୁଆଇ ଦେଇ ଯେଵେ ନିଜେ ଶୋଇପାରେନା, ମୋ ତକିଆର ଉଷ୍ମତା ବି ଯେବେ ମୋ ମନକୁ ଥଣ୍ତା କରିପାରେନା ॥ ସେବେ ଫୋନର ସେ ଅସଂଖ୍ଯ ନାଁ ଭିତରୁ ବି ଢଳଢଳ ଆଖି ଠାଉରେଇ ଦିଏ ସେ ସବୁଠୁ ପୁରୁଣା ନାଁ ଟିକୁ , ଆଉ ବିନା ଚେଷ୍ଟାରେ ଜଳଜଳ ହୋଇ ଦିଶେ ସେ ଚେହେରା ଯାହା ପାଖେ ମୁଁ ସବୁକିଛି ॥ ଯିଏ ଦୁନିଆ ଜଞ୍ଜାଳରେ ବନ୍ଧା ପଡିବି ସମୟ ନିତି ସାଇତି ଥାଏ କିଛି ମୋ ପାଇଁ, ନା କିଛି ଆଶା ଥାଏ ନା କିଛି ଅଭିମାନ ତାର ମୋ ପାଖେ, ଖାଲି ଥାଏ ନିଛନ୍ଦ ଭଲପାଇବା ମୋ ପାଇଁ ॥ କିଛି କହିବା ଆଗରୁ ହି ବୁଝିଯାଉଥିଲା ଯିଏ ପେଟର ଭୋକ, ତା' ଠୁ କଣ ଲୁଚେଇ ହବ କେବେ ଦୁଃଖ, ଆଜିବି ଶାନ୍ତି ଟିକେ ମିଳେନି କୋଉଠି ଯେବେ, ହାତ ଠାରି ଡାକେ ମୋତେ ସେ ଅଧା ଭିଜା ପଣତର ସୁଖ ॥ #ହାତଠାରିଡାକେ2 #yqbhainan #yqodia #munodia #odiakavita #odiawritings #challenge #kuchbateeinankahi