Nojoto: Largest Storytelling Platform

ବୁଢ଼ା ଚା' ବାଲା ପଢନ୍ତୁ କାହାଣୀ ଅନୁଶୀର୍ଷକରେ....... ର

ବୁଢ଼ା ଚା' ବାଲା

ପଢନ୍ତୁ କାହାଣୀ ଅନୁଶୀର୍ଷକରେ....... ରାତି ଅଢେଇଟା ହେବ। ଦୀପ୍ତି ଆଉ ତା ହଷ୍ଟେଲ ସାଙ୍ଗ ଆଲୋକ ଆଗାମୀ ପରୀକ୍ଷା ପାଇଁ ବସି ପଢୁଥାନ୍ତି। ଆଲୋକଟା ଚୁଙ୍ଗୁଚୁଙ୍ଗିଆ , ପଢା ରେ ବେଶୀ ମନ ଲାଗୁନଥଲା ତାର । ଚଣାଚୁର୍ ଖୋଜୁ ଖୋଜୁ ମନରେ ତାର ଉଙ୍କି ମାରିଲା ଅବେଳିଆ ଲୋଭ। ଷ୍ଟେସନ ଛକ ବମ୍ବେ ହୋଟେଲ୍ ପାଖରେ ଗରମ ଚା' ଟିକେ ପିଇବ। ଧିରେ ଧିରେ ଆସି ଦୀପ୍ତି ରୁମ୍ କବାଟ ବାଡେଇଲା ଆଉ କହିଲା -ଚାଲ୍ ରେ ଟିକେ ଚା' ପିଇ ଫ୍ରେସ୍ ହେଇଯିବା। ଭଙ୍ଗା ଦଦରା ବାଇକ୍ ଖଣ୍ଡେ ଯୋଗାଡ କରି ଦିହେଁ ବାହାରିଲେ ଗେଟ୍ ପାରିହେଇ। ଦୀପ୍ତିର ସେ ଚା' ଅଭ୍ୟାସ ନାହିଁ , ସିଏ ଖାଲି ଏମିତି ବୁଲିଆସିଥାଏ। ପଞ୍ଚାନବେ ବର୍ଷର ଧୋକଡ ବୁଢ଼ା ତୁନି ହେଇ ଶୋଇଥାଏ ତା ଦୋକାନରେ। ଆଲୋକ ବଡ଼ ପାଟିରେ ଡାକ ପକେଇଲା - ଜେଜ ଉଠୁନୁ , ସ୍ପେଶାଲ୍ ଚା' ଟିକେ ବନା। ବୁଢ଼ା ଥରି ଥରି ଲୁଚେଇକି ଦି ଠୋପା ପାଣି ଢାଳିଦେଇ ଆଲୋକ କୁ ଧରେଇଦେଲ ଚା। ଦୀପ୍ତି ମନେ ମନେ ଭାବୁଥାଏ ବୁଢ଼ା ଲୋକଟା ରାତି ଅଧା ରେ କେମିତି ସବୁ ବିକୁଛି। ଆଲୋକର ମନ  ଦୀପ୍ତି ଟିକେ ସାଡ଼କୁ ଅନାନ୍ତା କି , ବୁଢ଼ା ଠୁ ସିଗାରେଟ ଟିକେ ମାଗିକି ଜଳେଇଦିଆନ୍ତା। ତଥାପି ତର ତର ହେଇ ବୁଢା କୁ କହିଲା - ବୁଢ଼ା ଫ୍ଲାକ୍ ଗୋଟେ ଦେ ଜଲଦି। ବୁଢ଼ା ଲୁଚାଇ ଲୁଚାଇ କହୁଥାଏ- ହେ ସିଗାରେଟ ଜମା ରଖୁନି ଆଉ ମୁଁ। ଆଲୋକ ଜାଣିଛି ବୁଢ଼ା ର ବାଗ। ମଜା କରୁ କରୁ ତା  ଦୋକାନ ଲାଇଟ୍ ଲିଭେଇଦେଲା। ବୁଢ଼ା ପାଟିରୁ ମାଗଣା ଦି ଅକ୍ଷରି ପୁଳା ଶୁଣିଲା ଆଲୋକ। ହେଲେ ତାର ତ ଜିଦି, ଏତେ ବାଟ ଆସିଛି ମାନେ ଚା ସିଗାରେଟ ଟିକେ ଶାନ୍ତି ରେ ପିଇବ।ଦୀପ୍ତି ଆସିକି ବୁଢ଼ା କୁ କହୁଥାଏ ବୁଢ଼ା ତୁ କଣ ବାହା ହେଇନୁ! ରାତି ଅଧରେ କଣ ବିକୁଛୁ ଦିନ ବେଳେ ଶୋଉଛୁ। ବୁଢ଼ା ରାଗରେ କହିଲା ,ଏ ଆଲୋକ ବେଶୀ ହଉଛି, ବୁଢ଼ା ଚାଲିଗଲେ ଜାଣିବ। ଏମିତି ରାତି ଅଧିଆ ପାଞ୍ଚ ଟଙ୍କାରେ କିଏ ଚା ଦବା ତାକୁ। ଆଲୋକ ଗାଡ଼ି ଟା ଷ୍ଟାର୍ଟ କରି କହୁଥାଏ - ବୁଢ଼ା ତୁ ଶୋଇଲୁ ବେଶୀ ଗପୁଚୁ ଆଜିକାଲି। ତହିଁ ଆରଦିନ ଆଲୋକ ଆଉ ଦୀପ୍ତି ପରୀକ୍ଷା ଦେଇ ସେଣ୍ଟର ରୁ ବାହାରିଲେ । ଆଲୋକ କହିଲା, ବୁଢ଼ା ଦୋକାନ ନଯାଇ ସେପଟ ଗେଟ୍ ପାଖରେ ଚା ପିଇବା ଟିକେ। ଦୀପ୍ତି ପେପର୍ ମେଲେଇ ପଢୁଥାଏ। ହଠାତ୍ ଚୁପ୍ ହେଇଗଲା। ପେପର୍ ରେ ବାହାରିଛି - କାଲି ରାତିରେ ପୋଲିସ ବହୁତ ବାଡେଇଛି ବୁଢାକୁ। ହୋମ୍ ଗାର୍ଡ ଦିଟା ରାତି ଅଧରେ ଦିଟା ପିଲାଙ୍କୁ ଚା ସିଗାରେଟ୍ ବିକିଲା ବେଳେ ଦେଖିଦେଇ ଆସି ଜବରଦସ୍ତି ନିଜ ପାଇଁ ବଟି ମାଗୁଥିଲେ। ହେଲେ ବୁଢ଼ା ମନା କଲା। ଆରେଷ୍ଟ ହେଲା ପରେ ବୁଢ଼ା ଅଳ୍ପ ସମୟରେ ବଡ଼ ପାଟିରେ ଚିଲେଇ କହିଲା - ଆଲୋକରେ ଆଉ ଅନେଇଥା ଚା ପିଇବୁ। ମୁଁ ଚାଲିଲି ଆରପାରି। ଏତିକି ପଢିକି ଦୀପ୍ତି ଆଲୋକ ମୁହଁ କୁ ଅନେଇଥାଏ ଆଉ ଆଲୋକ କିଛି ନ ଜାଣି ଦୀପ୍ତି କୁ କହିଲା - ଯା କହ ଭାଇ, ବୁଢ଼ା ଚା ଭଳିଆ ଚା ନାହିଁ।
#microtale  #tea  #yqbhaina  #yqodia  #oldman #tealover