ମୋ ଦେଶ ଭାରତ ଷଠୀ ବୁଢ଼ୀ ତେଜ ଯାହାର ମାଧୁର୍ଯ୍ୟ ଅଛି କେ ତା ପରି ଭବେ, ସେ ସ୍ଥାନ ମୋହରି ମୁହିଁ ଯେ ତାହାରି ଜନ୍ମ ମୃତ୍ୟୁ ତହିଁ ଲଭେ | ଶପଥ ସୁରକ୍ଷା ବଳିଦାନ ଶିକ୍ଷା ଦେଇ କରେ ଦେଶ ଭକ୍ତ, ପରାଣ କୁ ଟାଣି ମରଣ କୁ ଜିଣି ବୀର ଗତି ହୁଏ ପ୍ରାପ୍ତ | ବୋଲିଣ ଭାରତ ହୋଇ ଭାବଯୁକ୍ତ ଦେଶରକ୍ଷୀ ଯହୁଁ ଧାଏଁ, ସକଳ ଯୋଜନା ବିଜୟ ଭାବନା ତେଜିଣ ଶତ୍ରୁ ପଳାଏ | ଅନିନ୍ଦ୍ୟ ସୁନ୍ଦର ଦେଶ ମାତୃକାର ଭବ୍ୟ ଗାନ "ଜନ ଗଣ", ଜ୍ଞାନୀ ଗୁଣୀ ଜନ ବିଶ୍ୱେ କରି ଗାନ ଲଭନ୍ତି ସ୍ଥିତି ପ୍ରମାଣ | ବିଶ୍ୱେ ଦେଇ ମତ ଯେ ବିଶ୍ୱଭ୍ରାତୃତ୍ବ ବିଶ୍ୱରେ ଜଗାଏ ପ୍ରେମ, ଦେଶ ସେତ ନୁହେଁ ପ୍ରେମ ନଈ ଟିଏ ପ୍ରେମ ପ୍ରବାହ ତା ଧର୍ମ | ହୋଇ ସମଦର୍ଶୀ ଚିତ୍ତକୁ ବିକାଶି ଆତ୍ମଧର୍ମେ ଯେହୁ ଖ୍ୟାତ, ଯୁଗଜନ୍ମାଙ୍କର ଜ୍ଞାନର ଭଣ୍ଡାର ସେ ଦେଶ ଅଟେ ଭାରତ | ପ୍ରଶାନ୍ତ କୁମାର ସ୍ୱାଇଁ ବଡମ୍ବା, କଟକ My beloved Country India