***କୁଆଁର ପୁନେଇ ଚାନ୍ଦ*** କୁଆଁର ପୁନେଇଁ ଚାନ୍ଦ କୁଆଁରୀ ର ମନ ବୁଝା ପ୍ରେମ ର ପ୍ରତୀକ ସେ ତା ସୌନ୍ଦର୍ଯ୍ୟ ରେ ମତୁଆଲା କରିଛି ସେଇ କଷି କନିଆଁ କୁ ବିଭୋର କରିଛି ମତେ , ଆଉ ତାଙ୍କୁ ସେ ନିରବ ରେ କବିତା ଲେଖିବାକୁ ବାଧ୍ୟ କରୁଛି ସେ ପ୍ରତାରଣା ର ପତିତ ପାଇଁ ବନ୍ଧୁ ସାଜିଛି ତାକୁ ଦେଖି କେହି ପୁରୁଣା ପ୍ରେମ କୁ ଭାବୁଛି ପୁଣି କେହି ତା ଜୋଛନା ରେ ମନ ଓଦା କରୁଛି ସେ ତୁନି ହୋଇ ହସୁଛି ନିଜ ସୁନ୍ଦରତା ରେ ଝୁମି ଯାଉଛି କୁଆଁରୀ ଝିଅ ର ମନ ର ମଣିଷ କୁ ଖୋଜି ଦେଉଛି ଯବାନ ର ପତ୍ନୀ କୁ , ଦୁରେ ଥିବା ତା ସ୍ବାମୀ ର ପ୍ରତିଛବି ଦେଖାଉଛି ବୃଦ୍ଧା ର ଏକାକୀ ଜୀବନ ର ସଙ୍ଗାତ ବୋଲାଉଛି ସେ କୁଆଁର ପୁନେଇଁ ଚାନ୍ଦ ସେ ପ୍ରେମ ର ଛୁଆଁ ଦେଉଛି ପ୍ରୀତି ରେ ବାନ୍ଧି ଦେଉଛି ହଁ ସେ କୁଆଁର ପୁନେଇଁ ଚାନ୍ଦ ସେ ଏକା ଏକା ବହୁତ ଦାୟିତ୍ଵ ବହନ କରୁଛି - ସସ୍ମିତା ସିଂହ wordsfromtheheart ©Sasmita Singh #fullmoon #FullMoonNight #Moon