Nojoto: Largest Storytelling Platform

ତୁମ ଅନୁପସ୍ଥିତି ର ଉପସ୍ଥିତି ମତେ ଆଜି କହୁଚି, ଏ ଘର ଵି

ତୁମ ଅନୁପସ୍ଥିତି ର ଉପସ୍ଥିତି ମତେ ଆଜି କହୁଚି, 
ଏ ଘର ଵି ତୁମ ବିନା ଆଜି ଅନାଥ ସାଜିଛି, 
ଏ ଘର,..ଘର ତୁମ ଠାରୁ ହିଁ ତ ଥିଲା, 
ତୁମେ ଚାଲିଗଲ, କୁହ ଆଉ କଣ ରହିଲା !! 
ଦେଖ ଆଜି ଘର ବି ତା ନିଜ ସ୍ତ୍ରୀତ୍ୱ କୁ ଭୁଲିଛି.. 
ତୁମ ଅନୁପସ୍ଥିତି ର ଉପସ୍ଥିତି ମତେ ଆଜି କହୁଚି । 
ତୁମ ଠାରୁ ହିଁ ତ ତାର ସକାଳ ହେଉଥିଲା, 
ତୁମରି ନିଶା ରେ ତାର ସଂଜ ନଉଁଥିଲା, 
ତୁମେ ଚାଲି ଗଲ, ତାର ସେ ନିଶା ତୁଟିଲା.. 
ଯେମିତି ତା ପାଦ ରୁ ମାଟି ଖସିଗଲା, 
ଦେଖ ଆସି ଥରେ, ତୁମ ଘର ତୁମକୁ ଝୁରୁଛି
ତୁମ ଅନୁପସ୍ଥିତି ର ଉପସ୍ଥିତି ମତେ ଆଜି କହୁଚି ।
ହେ ବାପା ! କୁହ ଏବେ ଅବା ଘର ର କି ଭୁଲ୍ ଅଛି ! 
ତୁମ ରହିବା ଦେଖିଛି ସେ ତୁମ ନଥିବା ଭୋଗୁଛି, 
ତୁମ ଶବ୍ଦ ରେ କମ୍ପିଛି ସେ ତୁମ ନିଶବ୍ଦତା ଶୁଣୁଛି, 
ଚାଲି ତୁମେ ଗଲ.., ଦେଖ ସେ କୋଉ ବଞ୍ଚିଛି !! 
ତୁମ ଅନୁପସ୍ଥିତି ର ଉପସ୍ଥିତି ମତେ ଆଜି କହୁଚି ।।

©Amlan Sourav Dash
  In the Memory of my Loving Grand Father
. 
. 
#Love #Family #writer #selflove #Quote #poem #odia #Odisha #Grandparents

In the Memory of my Loving Grand Father . . Love #Family #writer #selflove #Quote #poem #odia #Odisha #Grandparents #Poetry

25,864 Views