ସ୍ମୃତି ଅଚାନକ ଦେଖାହୁଏ ପାହାନ୍ତି ରାତିର ବ୍ଲାଙ୍କେଟ ଭିତରେ, ତମାମ କୋଳାହଳର ଭିଡ଼ ଭିତରେ ଚଲା ବାଟେ ଛାଇ ସାଥିରେ, ସକାଳର ପହିଲି ଖରାରେ, ଆଉ ରାତି ସାଢ଼େ ସାତଟାରେ ଜହ୍ନ ସହ ଛାତ ଉପରେ... କଥା ଥିଲା! ଜହ୍ନରାତିରେ ତୁମେ ଜହ୍ନକୁ ଦେଖିବ, ଆଉ ମୁଁ ବି, ଦୂରରେ ଥିଲେ ବି ଦେଖା ହେବା ଜହ୍ନର ପଲକ ସହ ପଲକ ମିଶାଇ ସମୟର ଏକ ବେନାମୀ ମୋଡ଼ରେ। ସ୍ୱପ୍ନ ସିନା ସରି ଯାଏ ସ୍ମୃତି କଣ ସରେ? ନିଦ ସିନା ଭାଙ୍ଗି ଯାଏ ସ୍ମୃତି କଣ ଫିଙ୍ଗି ହୁଏ? ତୁମେ ସିନା ଭୁଲି ଯାଇ ଖୋଜ ପୁଣି ନୂଆ ଏକ ମନ, କିନ୍ତୁ ମୋ ସାଥେ- ସ୍ମୃତି ସବୁ ସାଥି ହୋଇ ବାଟ ଚାଲେ ସବୁଦିନ । ସ୍ମୃତି ଅଚାନକ ଦେଖାହୁଏ ପାହାନ୍ତି ରାତିର ବ୍ଲାଙ୍କେଟ ଭିତରେ, ତମାମ କୋଳାହଳର ଭିଡ଼ ଭିତରେ ଚଲା ବାଟେ ଛାଇ ସାଥିରେ, ସକାଳର ପହିଲି ଖରାରେ, ଆଉ ରାତି ସାଢ଼େ ସାତଟାରେ ଜହ୍ନ ସହ ଛାତ ଉପରେ... କଥା ଥିଲା!