Nojoto: Largest Storytelling Platform

ଅନେକ ଦିନ ପରେ ତାକୁ ଦେଖିଲି । ତାର ସେ ପ୍ରିୟ ହଳଦିଆ ଡ୍ରେ

ଅନେକ ଦିନ ପରେ ତାକୁ ଦେଖିଲି । ତାର ସେ ପ୍ରିୟ ହଳଦିଆ ଡ୍ରେସ୍ ଆଉ Sun glass ସହ ସହରର ଏକ ପରିଚିତ ତାର ବହୁତ ପସନ୍ଦର ପାର୍କରେ । ହେଲେ କେଜାଣି କାହିଁକି ବହୁତ ଡର ଲାଗୁଥାଏ ତାକୁ ଦେଖିବାକୁ । ଅବଶ୍ୟ ବହୁତ ଦିନ ପରେ ଦେଖୁଥିଲି , ଆଗ ଅପେକ୍ଷା ଆହୁରି ସୁନ୍ଦର ଦେଖା ଯାଉଥିଲା । ଲୁଚି ଲୁଚି ଦେଖବାକୁ ଇଚ୍ଛା ହଉଥିଲା । 

ତାର ସେ କହରିଆ ଚୁଟି ଯେତେବେଳେ ଉଡ଼ି ଆସି ତା ମୁହଁରେ ପଡ଼ୁଥିଲା ଭାରି ଇର୍ଷା ହେଉଥିଲା , ସେ ବୋଧେ ମୋ ଦୁଃଖ ଜାଣି ପାରୁଥିଲା କି କଣ ହାତରେ ଆଡ଼େଇ ଦେଇ କାନରେ ଖୋସି ଦେଉଥିଲା | ହେଲେ ଡର ଡର ଆଖିରେ ଯେତିକି ଦେଖିଲି ଆଉ ବୁଝିଲି ସେ ବୋଧେ ମତେ ଆଉ ଚିହ୍ନି ପାରୁ ନଥିଲା । ନିଜକୁ ବିଶ୍ବାସ କରେଇବା ପାଇଁ ତା ସାମ୍ନାକୁ ବି ଗଲି ହେଲେ ବି ସେ ଚୁପ୍ ଥିଲା ।

 କିଛି ସମୟ ପରେ ହଠାତ୍ ମୋବାଇଲ୍ ଟା ମୁହଁ ଉପରେ ଦୁମ୍ କରି ପଡ଼ିଲା । ସେତେବେଳେ ମୁଁ ଜାଣିଲି ଯେ  ମୋ ଆଖି ପଡ଼ି ଯାଇଥିଲା ଆଉ ମୁଁ ତାର ଫଟୋକୁ social media ରେ ଦେଖୁଥିଲି । ହଁ ଆଜି କାଲିର ଏଇ ମିଡ଼ିଆ ଗୁଡ଼ା ବହୁତ ସମୟରେ କାମରେ ଆସୁଛନ୍ତି ।  #she #yellow #sunglasses #dress #memories #stories #writing #socialmedia