ମୁଁ - କହିଲୁ ତୋ ପାଇଁ କଣ ନେବି ? ସେ - କାହିଁକି ? ମୁଁ - ଆରେ କହୁନୁ କଣ ନେବି ? ସେ - ପଚାରୁଛି ପରା କାହିଁକି ? ମୁଁ - ଜଣେ ଜଣକୁ କିଛି ଦବା ପାଇଁ କ'ଣ କାରଣ ନିହାତି ଦରକାର ! ସେ - ହେଲେ ମୁଁ ତ, ତୋ ଠାରୁ କିଛି ନେବିନି । ଏ ଦବା ନବା ଭିତରେ ଲୋଭ ବଢେ ସମ୍ପର୍କ ନୁହେଁ । ମୁଁ - ମୁଁ ତ ନବା କଥା କହୁନି ,କେବଳ ଦବା କଥା କହୁଛି। ସେ - ଯଦି ନେଇ ନ ପାରିବୁ ଦବୁ କାହିଁକି ? ମୁଁ - ଯେମିତି ମୁଁ ଜାଣିନି ଆଉ ! ସେ - କଣ ଜାଣିଛୁ କହିଲୁ ? ମୁଁ - ସତରେ କହିବି ତ ? ସେ - ହଁ ,କହ । ମୁଁ - ସମୁଦ୍ର କୂଳରେ ରାତିରେ ଜହ୍ନଠୁ ଆରମ୍ଭ କରି ସକାଳର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ,ବାଇକ୍ ରେ କୋଳାହଳ ସହରଠୁ ନେଇ ଶାନ୍ତ ପରିବେଶ "ମନାଲି" ପର୍ଯ୍ୟନ୍ତ, ପୁଣି ନଦୀର ଡଙ୍ଗାଠୁ ଆରମ୍ଭ କରି ଜାହାଜରେ ଆଣ୍ଡାମାନ ପର୍ଯ୍ୟନ୍ତ ଆଉ ଖଣ୍ଡେ ଫ୍ରେଣ୍ଡସିପ୍ ସୁତା ଠାରୁ ହାତରେ ଚୁଡ଼ି ଆଉ ଶଙ୍ଖା ପର୍ଯ୍ୟନ୍ତ, ଏ ସବୁ ପୁଣି ତୋ ମନର ମଣିଷ ସହ ...। ସେ - ଚୁଡ଼ି ଶଙ୍ଖା କଥା ତ ମୁଁ କହିନି କିଛି ! ମୁଁ - ନା ମୁଁ ଟିକେ ଭାବି ଦେଲି ଆଉ । ସେ - ବେଶି ଭାବେନା କବି ହେଇଯିବୁ । ମୁଁ - ଆଚ୍ଛା ତୋ ପାଇଁ ଚୁଡ଼ି ଆଣିବି? ସେ - ପୁଣି ସେଇ କଥା , ମନା କଲି ପରା କିଛି ଦରକାର ନାହିଁ । ମୁଁ କାହା ଠାରୁ କିଛି ନିଏନା , ଆଉ ହଁ ମୁଁ ହାତରେ କିଛି ପିନ୍ଧିବାର ଦେଖିଛୁ କି , ଚୁଡ଼ି ପିନ୍ଧିବା ତ ଦୂରର କଥା । #story #life #love #bangles #attire #beautiful