Nojoto: Largest Storytelling Platform

ସେ ଯଦି ସବୁଦିନ ରହି ଥାଆନ୍ତେ ବୋଧେ ଆଜି କେଉଁଠି ଲୁଚିଯାଇ

ସେ ଯଦି ସବୁଦିନ ରହି ଥାଆନ୍ତେ
ବୋଧେ ଆଜି କେଉଁଠି ଲୁଚିଯାଇ ଥାଆନ୍ତେ
ସେ ଗଲାପରେ
ତମେ ତାଙ୍କୁ ଥରେ ଖୋଜିଲ ନାହିଁ
ମାନୁଛି ଏ କଥା
ବାଧ୍ୟ କଲାନି ତୁମ ଅଭିମାନ
ହେଲେ ତାଙ୍କ ଯିବାର କାରଣ
ଗୋଟେ ଅବାନ୍ତର ପ୍ରଶ୍ନ ପଛେ ହେଇପାରେ
ତଥାପି ନିଃଶ୍ୱାସ ପରେ ପରେ
ଦୀର୍ଘନିଃଶ୍ବାସ ହେଇ ବାହାରି ଆସେ
ଅନ୍ତଃସ୍ୱରରୁ।

ତମେ ମନେ ନ ପକାଇବାକୁ
ଚେଷ୍ଟା କରିଥାଅ ସବୁ ମୁହୂର୍ତ୍ତ
ସେ କିନ୍ତୁ ଥାଆନ୍ତି ଠିକ୍ ସେଇ ସମୟରେ
ତାଙ୍କ ଯିବାର ଠିକ୍ ପରେ
ଯେତେ ଯେତେ ସମୟ
ତୁମେ ବଞ୍ଚିବାକୁ ଚାହଁ ତାଙ୍କ ବିନା।

କେହି ଥରେ ଆସିଗଲା ପରେ
ଚାଲି ଯିବାଟା ତାଙ୍କ ଇଚ୍ଛା
ହେଲେ କେହି ତ ଯାଇ ପାରନ୍ତି ନାହିଁ
ଥରେ ଆସିଲା ପରେ
ଯିବା କଥାଟା ଆକ୍ଷରିକ 
ସାମୟିକ କିମ୍ବା ମନସ୍ତାତ୍ତ୍ୱିକ
ଆଉ ସବୁଦିନ ରହିଯିବା
ଥରେ ଆସିଲା ପରେ
କେବଳ ଆତ୍ମିକ। OPEN FOR COLLAB✨ #poembg
• A Challenge by Aesthetic Thoughts! ✨ 

Collab with your soulful words.✨ 

• Must use hashtag: #aestheticthoughts 

• Please maintain the aesthetics.
ସେ ଯଦି ସବୁଦିନ ରହି ଥାଆନ୍ତେ
ବୋଧେ ଆଜି କେଉଁଠି ଲୁଚିଯାଇ ଥାଆନ୍ତେ
ସେ ଗଲାପରେ
ତମେ ତାଙ୍କୁ ଥରେ ଖୋଜିଲ ନାହିଁ
ମାନୁଛି ଏ କଥା
ବାଧ୍ୟ କଲାନି ତୁମ ଅଭିମାନ
ହେଲେ ତାଙ୍କ ଯିବାର କାରଣ
ଗୋଟେ ଅବାନ୍ତର ପ୍ରଶ୍ନ ପଛେ ହେଇପାରେ
ତଥାପି ନିଃଶ୍ୱାସ ପରେ ପରେ
ଦୀର୍ଘନିଃଶ୍ବାସ ହେଇ ବାହାରି ଆସେ
ଅନ୍ତଃସ୍ୱରରୁ।

ତମେ ମନେ ନ ପକାଇବାକୁ
ଚେଷ୍ଟା କରିଥାଅ ସବୁ ମୁହୂର୍ତ୍ତ
ସେ କିନ୍ତୁ ଥାଆନ୍ତି ଠିକ୍ ସେଇ ସମୟରେ
ତାଙ୍କ ଯିବାର ଠିକ୍ ପରେ
ଯେତେ ଯେତେ ସମୟ
ତୁମେ ବଞ୍ଚିବାକୁ ଚାହଁ ତାଙ୍କ ବିନା।

କେହି ଥରେ ଆସିଗଲା ପରେ
ଚାଲି ଯିବାଟା ତାଙ୍କ ଇଚ୍ଛା
ହେଲେ କେହି ତ ଯାଇ ପାରନ୍ତି ନାହିଁ
ଥରେ ଆସିଲା ପରେ
ଯିବା କଥାଟା ଆକ୍ଷରିକ 
ସାମୟିକ କିମ୍ବା ମନସ୍ତାତ୍ତ୍ୱିକ
ଆଉ ସବୁଦିନ ରହିଯିବା
ଥରେ ଆସିଲା ପରେ
କେବଳ ଆତ୍ମିକ। OPEN FOR COLLAB✨ #poembg
• A Challenge by Aesthetic Thoughts! ✨ 

Collab with your soulful words.✨ 

• Must use hashtag: #aestheticthoughts 

• Please maintain the aesthetics.