ଗୃପିଶୀମ ର ନଗ୍ନ ଚିତ୍ର ✍️✍️✍️✍️✍️✍️✍️✍️✍️ ଆଜି କାଲି ଏଇ ଧରାବନ୍ଧା ଜୀବନ ଯାହା ହେଲାଣି, ଯେତେ ଭାବୁଛି ଲେଖକ ଚୁପ୍ ହୋଇ ସହିଯିବ, ହେଲେ ତା କଲମ ତ ପ୍ରହାର କରିବାକୁ ତତ୍ପର । ସେ ଚୁପ୍ ରହିବନି । ଲୋକେ ଆଜି କାଲି ସଂଗଠନ କରି ସଂସ୍ଥା ଚଲେଇ ଛନ୍ତି । ଭାବୁଥିଲି କେବଳ ଆମ ରାଜନୀତି ରେ ଏମିତି ଦଳ ବଦଳ ଅଥବା ଏ ଦଳ ସେ ଦଳ ଥାଏ ନା , ହେଲେ ଏଠି ଦେଖୁ ନାହାନ୍ତି ପ୍ରତି ଟି କାର୍ଯ୍ୟ କ୍ଷେତ୍ରରେ ଦଳ ଗୋଷ୍ଠୀ ନିର୍ମାଣ କରୁଛନ୍ତି । ଏହାର ପ୍ରଭାବ କିଛି ଲୋକ ଙ୍କ ଉପରେ ପଡୁଛି ଯେଉଁମାନେ ଦଳ କରିବା ଶିଖି ନାହାନ୍ତି, ମିଶି ଚାଲିବା ଜାଣନ୍ତି । ହେଲେ ତାଙ୍କ ମିଶିବା କୁ ଅବା ପଚାରେ କିଏ । ମିଶିବାକୁ ଚାହିଁଲେ ମିଶିବାକୁ ଅକ୍ଷମ କାରଣ ଏମିତି ଯାଗାରେ ତାଙ୍କ ଅଣ୍ଟା ଉପରେ ପ୍ରହାର ପଡ଼ିଥିବ ଯେ ନା ସେମାନେ ଉଠି ପାରୁଥିବେ ନା ହିଁ କିଛି ପ୍ରତି ଉତ୍ତର ଦେଇ ପାରୁଥିବେ । ଯଦି ବି କହିବେ, ସାମନା ପଟୁ ଉତ୍ତର ଆସିବ, ତମେ ମାନେ ମିଶିବା ଶିଖିନ । ଏବଂ ଏହି ଦଳ ସବୁ କିଛି ଉପର ମୁଣ୍ଡ ର ଲୋକ ହାତରେ ପରିଚାଳିତ ହୁଏ ଯଦ୍ୱାରା ପ୍ରତିବାଦ ର ସ୍ୱର କୁ ସେଇ ପାଟି ଭିତରେ ତଣ୍ଟି ଚିପି ହତ୍ୟା କରାଯାଏ । ©Sasmita Singh #TYPEWRITER_SAYS