ମା ଯେବେ ଯେବେ ମୁଁ ଆସେ ତୁ ଥାଉ ପାଖେ ପାଖେ ମୋ ହସ-ଲୁହରେ , ତ୍ୟାଗ ଆଉ ତିତୀକ୍ଷାରେ, ପ୍ରେମ ଆଉ ପ୍ରତାରଣାରେ , ମୋ ପ୍ରାଣ ପ୍ରାଚୁର୍ଯ୍ୟରେ, ମୋ ନୀରବତାରେ ; କେବେ ବହିଯାଉ ଉଛୁଳା ନଈଟିଏ ହୋଇ କେବେ ସବୁ ଦେଖୁଥାଉ ମୂକ ସାକ୍ଷୀଟିଏ ହୋଇ । ମା କୋଳରୁ ମଶାଣି ଯାଏ ଖାଲି ତୁ ଆଉ ତୁ କେବେ ଫୁଲ ଫଗୁଣରେ, କେବେ ଉଜୁଡା ବସନ୍ତରେ , କେବେ ବୈଶାଖର ରୁକ୍ଷତାରେ, କେବେ ଭିଜାମାଟିର ବାସ୍ନାରେ , କେବେ ସକଳ ସମ୍ଭାରରେ ପୁଣି କେବେ ମହା ପ୍ରଳୟରେ , ସୃଷ୍ଟିରୁ ବିଲୟଯାଏ ଖାଲି ତୁ ଆଉ ତୁ । ହେ ପ୍ରକୃତି! ତୋ କୋଳରେ ମୋ ଜୀବନ, ତୋ କୋଳରେ ମୋ ମୃତ୍ୟୁ । ଆଉ ଜୀବନ ପ୍ରବାହ ତୁହି ମୋ ପ୍ରାଣ ସ୍ପନ୍ଦନ, ତୋ ପାଇଁ ହିଁ ମୁଁ ଆଉ ମୋ ସ୍ୱପ୍ନର ପାରିଜାତ । ଆ ମା! ତତେ ଟିକେ ମୁଁ ସଜେଇଦେବି ସବୁଜ ରଙ୍ଗର ପାଟଶାଢୀରେ ସବୁଦିନ ପାଇଁ ହଜିଯିବା ଆଗରୁ ତୋ ମୁକୁଳା ଛାତିରେ । ସ୍ମୃତି ରଞ୍ଜନ ମହାନ୍ତି © English version Mother Whenever I approach, You stay beside in my joy and tear , In sacrificing willingness and red letter. In my livingness and silence . Sometimes you bicker down like brimming river And sometimes very watchful as mute witness. Everywhere is filled your presence . From mother's lap to graveyard , In tethered spring or flowery ward Sometimes in rueful summer and clover scent Only you are found from the beginning to end In devastation to full grown blend . O' Nature My life and death - on your lap And this earthly journey's map. You are my off and on beat For you I am and my dreamy kite. O' Mother ! Do come . I will do up you in greenish skirt Before I am lost in your open heart . Smruti Ranjan Mohanty © https://smrutiweb.wordpress.com/2021/03/27/maa/ ©Smruti Ranjan mohanty ମା ଯେବେ ଯେବେ ମୁଁ ଆସେ ତୁ ଥାଉ ପାଖେ ପାଖେ ମୋ ହସ-ଲୁହରେ , ତ୍ୟାଗ ଆଉ ତିତୀକ୍ଷାରେ, ପ୍ରେମ ଆଉ ପ୍ରତାରଣାରେ , ମୋ ପ୍ରାଣ ପ୍ରାଚୁର୍ଯ୍ୟରେ, ମୋ ନୀରବତାରେ ; କେବେ ବହିଯାଉ ଉଛୁଳା ନଈଟିଏ ହୋଇ କେବେ ସବୁ ଦେଖୁଥାଉ ମୂକ ସାକ୍ଷୀଟିଏ ହୋଇ ।