Nojoto: Largest Storytelling Platform
shraddhamayinaik5487
  • 94Stories
  • 25Followers
  • 1.3KLove
    23.5KViews

ଶ୍ରଦ୍ଧାଶିଷ୍......

NaiK ShraddhA......

  • Popular
  • Latest
  • Video
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ତୋର୍ ଆଗମନେ ଗାଁ ସାରା ମାଁ 
ଲାଗୁଥିଲା ଗହ ଗହ,
ଆଜି ତୋତେ ମାଁ ବିଦା ଦେଇଦେଲିଁ
 ଆଁଖି ଯାଁକି ଆଁଖେ ଲହ।











ଗୁହାରି ଗୋ ମାଁ ପନତ୍ ତଲେ ତୋର୍ 
ସେନେହରେ ରଖିଥିବୁ,
ଟାକିଛେ ମାଁ ଗୋ ଆରେ ବଛରକେ 
ଅଶିନେ ତୁଇ ଆଏବୁ।

©ଶ୍ରଦ୍ଧାଶିଷ୍...... ମାଁ

ମାଁ #Love

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

White ଗୁଜା ପିନ୍'ପିନା ଅସ୍ତର୍ ଯେତେ 
ଗାଲି ଲାଗୁଥିଲେ ବସି ,
  କାର୍ ଧାର୍ ଥି କେତେ ଗୁହେର୍ 
ଖଁଡିଆ କିଏ ଦେସି ।
ଚକୁ କତ୍ରି ଖଣ୍ଡା ଛୁରି ତରୁଆଲ 
ଦା ଟଙ୍ଗିଆ ,
ସବେ ନିଜ୍'କେ ଧାରୁଆ ବୋଲି 
ଗାଏଲେ ନିଜର୍ ଗିଆ ।
ସମ୍'କର୍ ପଛେ ଠିଆ ହେଇଥିଲା 
ଜୀଭର୍ ସାଙ୍ଗେ କଥା,
ଆର୍
ବଏଲା ସବ୍'କୁ ହଏରେ ପିଲେ ଏତେ 
କାଏଁ ଯେ ଉର୍ଘା ବଥା।
ତୁମର୍ ଭିତ୍'ରେ ତାକତ୍ ନାଇଁ ମୋର୍'ନେ 
ଅଛେ ଯେତେ ,
ତୁମର୍ ଖଁଣିଆ ମେଟି ଯାଏସି ହେଲେ
ମୋର୍ ଟା ନାଇଁ ମେଟେ ।
ସତେ ଯେ,
ଦିହଁର ଖଣିଆ ସମିଆ ସାଙ୍ଗେ 
 ଚିହ୍ନା ବି ଯାଏସି ମେଟି,
ହେଲେ କଥାର୍ ଖଁଣିଆ ଘା'ଆ କରିଥିସି
ମିଶି ଯିବାର ତକ୍ ମାଟି ।

©ଶ୍ରଦ୍ଧାଶିଷ୍...... ଗୁହେର୍

ଗୁହେର୍ #Quotes

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

କାଲୀ ତୁଇ ମାଁ ଦୂର୍ଗା ତୁଇ
ଚିହ୍ନ୍'ବୁ କେଭେ ଆର୍ ନିଜ୍'କେ,
ଇ ଦୁନିଆଁଥି ଲକ୍ଷ୍ମୀ ହେଲେ
ଲୋକ୍ ଝୁନି ଖାଇଦେବେ ଥର୍'କେ।
କାଏଁ ଯେ ଧର୍ଷଣର୍ ଶିକାର୍ ହେବୁ
ଥାଇ କରି ଦିହେ ତାକତ୍,
ମହାକାଲୀ ହେଇ ଦେ ଟଁଟି ମୁଡି
ପି ଅସୁରର୍ ରକତ୍।
କେତେ ଯେ ଅସୁର୍ ଛାଇଁ ଗଲେନ 
ମୁନ୍'ଷର୍ ଭିଡ଼୍ ଭିତରେ,
ସଂହାର୍ କର୍ ତୋର୍ ତ୍ରିଶୂଲ୍ ଧାରେ
ଉଭ୍'ରି କରି ଥରେ।
ମାଁ ହେଇ କରି ସବୁ ସମ୍ଭାଲୁଛୁ
ନିଜ୍'କେ ତ ଘାଏ ଚିହ୍ନ୍,
ଅନ୍'ମୁନୁଷିଆ ଅସୁର୍ ଜାଏତ୍'କେ
କରିଦେ ଖିନ୍'ଭିନ୍ ,
ତୁଇ କରିଦେ ଖିନ୍'ଭିନ୍ ,।

©ଶ୍ରଦ୍ଧାଶିଷ୍...... ନିଜ୍'କେ ତ ଘାଏ ଚିହ୍ନ୍

ନିଜ୍'କେ ତ ଘାଏ ଚିହ୍ନ୍ #Life

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

କେଡେ କଠୋର କେଡେ ନିର୍ମମ ନି ଲାଗ୍'ଲା ଟିକେ ଦୟା..
ମୁନୁଷ୍ ରୁପି ଅସୁର୍ ଠାନେ ବଲି ପଡ଼ିଗଲା ଆର୍ ଗୁଟେ ନିର୍ଭୟା.
ଡାକ୍ତର ହେମି ବଲିକରି ତାର୍ ସପନ୍ ଥିଲା ଯେତେ....
ଭାଙ୍ଗିଗଲା ସେ ସପନ୍ ସବୁ ଅନ୍'ମୁନୁଷ୍'ର୍ ହାତେ ।
ଥରି ଯାଉଛେ ଗୁଡ଼ୁ ମୁଡ଼୍ ତକ୍ ସେ କଥା କେ ଦଲେ ଭାବି...
ହେତିଲାଗି ଇ ଗୁଟେ ପ୍ରଶ୍ନ...
ସ୍ୱାଧୀନ୍ ଭାରତ୍ ଥି ନାରୀ ସୁରକ୍ଷିତ୍ ତ ଆଜି ???

©ଶ୍ରଦ୍ଧାଶିଷ୍...... #Stoprape
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ଜଗତର ନାଥ ଭାଇ ଭଉଣୀଙ୍କୁ ଧରି ,
ବରଷକୁ ଆସିଛି ଯେ ବିଲେଇସର୍ଡା ବୁଲି....
ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି
ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି
ଗାଁ ମୋର ଲାଗେ ସତେ ଶିରିକ୍ଷେତ୍ର ପୁରୀ 
ଶିରିକ୍ଷେତ୍ର ପୁରୀ ......

କେଡେ ଲୋଭାବନ ଦିଶେ ମୋ କଳାଠାକୁର..
ନାଲି ନାଲି ଅଧର ତା ହସ ମନୋହର.....
ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି 
ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି 
ଦରଶନେ ତାର ସବୁ ଦୁଃଖ ଯାଏ ସରି 
ଦୁଃଖ ଯାଏ ସରି....

ଜଗତ ରେ ନାଥ....

ପତିତପାବନ ନାମେ ଉଡ଼ାଉଛି ନେତ,
ଭକତ ଭାବରେ ବନ୍ଧା କାଳୀଆ ସାଆନ୍ତ....
ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି...
ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି...
ଆଦରରେ ପାଶେ ଡାକେ ଦୁଇ ବାହୁ ମେଲି
ଦୁଇ ବାହୁ ମେଲି..

ଜଗତର ନାଥ ଭାଇ....

©ଶ୍ରଦ୍ଧାଶିଷ୍...... ଜଗତ ର ନାଥ

ଜଗତ ର ନାଥ #Love

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

#poetryunplugged
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

#Emotional
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

#Emotional
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

Blue Moon ପର୍ ଆୟେତେ ପଡ୍'ଲେ ପୁତା ଘର୍ 
ହେବା ତୋର୍ ଭାଗ୍ ,
ନିଜ୍ ବୁଦ୍ଧିଥି କର୍ବୁ ବିଚାର୍ 
ଭାବିକିରି ପଛ୍ ଆଗ୍ ।
ଘର୍'ଭଙ୍ଗା ଲୋକ୍ ଅଭାବ ନାଇଁ 
ଯୁଡ୍'ବାର୍ ଲୋକ୍ ଥୁରେ ,
ଶୁନ୍'ବୁ‌ ସିନେ ପରର୍ କଥା 
ନି ଯିବୁ ତାର୍ ସୁରେ ।

©ଶ୍ରଦ୍ଧା...... #bluemoon
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ,
ରମନ୍ତେ ତତ୍ର ଦେବତାଃ ।
କୁହାଯାଏ ପୁଣି ନାରୀର ସମ୍ମାନ 
ସଂସ୍କୃତିର ଏକ ବିଶେଷତା।
କିନ୍ତୁ ଏହା କେତେଦୂର ଅବା ସତ୍ୟ .....
ହଉନି କି ତାର ଧର୍ଷଣ ?
ପାଉନି କି ସିଏ ନିର୍ଯାତନା ?
ମିଳୁନି କି ତାକୁ କଷଣ ?
କ'ଣ ଏହାହିଁ ନାରୀର ପ୍ରାପ୍ୟ ???
ଜଳୁଛି ସେ,
କେବେ ଯୌତୁକ ଯୁଇରେ ତ 
କେବେ କାମନା ର ନିଆଁରେ....
ଖୋଜୁଛି ନିଜକୁ
ସଂଘର୍ଷର ଅନ୍ତରାଳେ .....
ଗୋଟିଏ ପାର୍ଶ୍ଵ ରେ ନାରାୟଣୀ ବୋଲି 
ପାଉଛି ଯେ ସିଏ ପୂଜା...
ଆରେକ ପାର୍ଶ୍ଵରେ କରୁଛି ଲଢେ଼ଇ 
ବଞ୍ଚାଇବା ପାଇଁ ଲଜ୍ଜ୍ୟା...

କାହିଁକି ???
ଆଜି ସେ ନିଜେବି 
      ଉତ୍ତର ଅପେକ୍ଷାରେ ......

©ଶ୍ରଦ୍ଧା...... #Woman
loader
Home
Explore
Events
Notification
Profile