Nojoto: Largest Storytelling Platform
sudiptasahoo4054
  • 5Stories
  • 78Followers
  • 25Love
    57Views

sudiptasahoo

  • Popular
  • Latest
  • Video
bc26f809ac4e3125724a728520a5d2a8

sudiptasahoo

-:ସୂକ୍ଷ୍ମତା:-

ଆଜିର ଶିକ୍ଷା ପଣ୍ୟ ଅବତାର
ଭୋକର ଜ୍ଵଳରେ ଓଦାସଳିତା
ଭିଟାମାଟି ହେଉଛି ସନଗ୍ଲାସ୍ କବଚ
ହଁ ...…..ମୁଁ......ହଁ.......ମୁଁ
ଗ୍ରାସିଦେବି ଗ୍ରାସିଦେବି
ଜୀବନର ଅମୂଲ୍ୟକୁ
ମୋତେ ଚେଷ୍ଟା କରନି
ଅନ୍ଧାରରେ ବାଡ଼ି ପରଖିବାକୁ
ଧରିବାକୁ ଚେଷ୍ଟା କଲେ 
ଅଜାଣତରେ ଶ୍ଵାସରୁଦ୍ଧ କରି
ଆତ୍ମୀୟ ସହଦୋରଙ୍କୁ
କାବ୍ବା ପରି ଅନାଇଦେଵି
ପରସ୍ପର ପରସ୍ପର ସ୍ପର୍ଶଭୂକ
ପାଲଟିଯିବ
ଅନେକେ ନଦୀର ସ୍ରୋତରେ
ଭାସି ଭାସି ମହୋଦଧି ଅଭିମୁଖେ
ପହଞ୍ଚାଇ ଦେବି।।✍

                                   ସୁଦୀପ୍ତ ସାହୁ(ବାପୁ)

bc26f809ac4e3125724a728520a5d2a8

sudiptasahoo

#Hope
bc26f809ac4e3125724a728520a5d2a8

sudiptasahoo

*ଏନ୍ତୁଡ଼ିଶାଳ*


ଦୁନିଆ କଣ ଜାଣିନି,
ଦଶ ମାସ ଦଶ ଦିନ
ପରିଚୟ ପାଇନି
ଯିଏ କ୍ଷୀର ପାନ କଲା
ତାହାକୁ କହିଲା ମା' ||

କୋଳେଇ ନେଇ
କାନ୍ଧରେ ବସାଇ
ମେଳକୁ ନେଲେ
ତାହାକୁ କହିଲା ବା' ||

ଦୁମଦୁମ,ଭୁସଭୁସ, ପରିଶ୍ରା
ମଳ ଏମିତି ଅନେକ
ଗାଁ ପୋଖରୀ,ଗାଁ ସ୍କୁଲ,ଗାଁ କୋଠଘର
ହୁଡ଼ାରେ ଧାନ ମୁଣ୍ଡେଇ ଥୋଏ ||

ଅନେକ ମାନସିକ ଚାପରେ
ଦାଦନ ହୋଇଯାଏ
ଇଟାଭାଟି,ଚୁଙ୍ଗୁଡ଼ିଘେରୀ, ଚା' ବଗିଚାରେ
କରୋନା -୧୯ ମହାମାରୀ
ଭଣ୍ଡେଇ, ଆଖିରେ ପାଣିଦେଇ
ମାଛଧରା ଜାଲୁଆ ଡଙ୍ଗା, ପ୍ରାଇଭେଟ ଵସ୍
କାନ୍ଧରେ ସଵାରୀ ଓ ମାଲବାହୀଯାନ
ଏମିତି ଅନେକରେ ଭଗାଇ
ଦେଖାଇଛି *ଏନ୍ତୁଡ଼ିଶାଳ* ||✍
             
                          ସୁଦୀପ୍ତ ସାହୁ(ବାପୁ) #Time
bc26f809ac4e3125724a728520a5d2a8

sudiptasahoo

ବିଚଳିତ ପରୀକ୍ଷା

ଶିଶୁଟି ମା'ର ଉଦରରେ ପରୀକ୍ଷା
କରୋନା -୧୯ର ଜଗତ ପରୀକ୍ଷା
ବୁଦ୍ଧିଜୀବୀ ମହଲରେ ନୂତନ ପରୀକ୍ଷା
ଦେଶରେ ପାଉଣା ପରୀକ୍ଷା
ଶିକ୍ଷାରେ ଡିଜିଟାଲ ପରୀକ୍ଷା
ସ୍ବାସ୍ଥ୍ୟରେ ଡାକ୍ତରୀ ଦଳଙ୍କ ପରୀକ୍ଷା 
ଭ୍ୟାକ୍ସିନ ପାଇଁ ଲ୍ୟାବଟ୍ୟାରୀରେ ପରୀକ୍ଷା
ବଞ୍ଚିବା ପାଇଁ ସଂଘର୍ଷର ପରୀକ୍ଷା
ଶାସନ କଳରେ ଶାସକଙ୍କ ନିଦର ପରୀକ୍ଷା
ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳରେ ପରୀକ୍ଷା
ଚାଷୀର ଉଜୁଡ଼ା କ୍ଷେତର ପରୀକ୍ଷା
ସୀମାରେ ଯବାନଙ୍କ ଗୁଳି ପରୀକ୍ଷା
ମାନବ ମୁଖରେ ବଳଦ ତୁଣ୍ଡିର ପରୀକ୍ଷା
ସ୍ୱଚ୍ଛତାରେ ପରୀକ୍ଷା
ଦାଦନଙ୍କ ଘରବହୁଡା ପରୀକ୍ଷା
ସାମାଜିକ ଦୂରତାରେ ପରୀକ୍ଷା
ହାଟରେ ମହଙ୍ଗା ଦ୍ରବ୍ୟର ପରୀକ୍ଷା
ଧାର୍ମିକ ଜୀବନରେ ପରୀକ୍ଷା
ସ୍ଥାନାନ୍ତରରେ ପରୀକ୍ଷା
ହାଏରେ ବିଚଳିତ ପରୀକ୍ଷା।।✍
           
                     *ସୁଦୀପ୍ତ ସାହୁ*(ବାପୁ) #Man
bc26f809ac4e3125724a728520a5d2a8

sudiptasahoo

#myvoice 
ଘରେ ରୁହନ୍ତୁ ,ସୁରକ୍ଷିତରୁହନ୍ତୁ
ନିଜ ଜୀବନ, ନିଜ ମୁଠାରେ।।

#myvoice ଘରେ ରୁହନ୍ତୁ ,ସୁରକ୍ଷିତରୁହନ୍ତୁ ନିଜ ଜୀବନ, ନିଜ ମୁଠାରେ।। #nojotovideo


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile