Find the Best ମୋଶବ୍ଦତୁମଭାବନା୨ Shayari, Status, Quotes from top creators only on Gokahani App. Also find trending photos & videos about
koushik lenka
ଜାଣେନା "କାଗଜ" ତୁମ ବକ୍ଷ ବିଦାରି, ବାହାରି ଆସିବା ବେଳେ କେମିତି ଅଳପ ମକଚି ଯାଇ ସହିଯାଅ ତୁମେ ଅମାନିଆ ଯାତନାର ଜୁଆର ସବୁକୁ........!! ଜାଣେନା ହେ ନିରବ ମୂକ "ବସ୍ତ୍ର" ଯନ୍ତ୍ର ବଳରେ ତୋ ସାରା ଶରୀରେ ଦରଜୀ ଦେଉଥିବା ଦରଜ ସବୁକୁ ଦକ୍ଷିଣା ଭାବେ ଗ୍ରହି କେମିତି ଆକର୍ଷଣୀୟ କରୁ ମାନବ ମନକୁ........!! ଜାଣେନା ହେ! ମୋର "ସୃଷ୍ଟି କର୍ତ୍ତା" ତୋ ରକତର ରଙ୍ଗ ପରଖିବା ବେଳେ ସାମାନ୍ୟ ଆହାଃ ପଦେ କହି କେମିତି ଶୁଖେଇ ଦଉ ତୋ ଆଖିର ଲୁହ ସବୁକୁ........!! ଆଘାତ ଦେବାକୁ ମୋର ଯେ ଜନମ ଜାଣିଥିଲେ ଆଗରୁ ହୁଏତ କେବେ ଜନମି ନଥାନ୍ତି, ପଣ କରୁଛିରେ ତୁମ ପାଖେ ସବୁ ଯେତେ ରାଗ ଅଛି ଶୁଝାଇବ ଆର ଯୁଗକୁ........!! ✍️କୌଶିକ 💝 #ଛୁଞ୍ଚି #ମୋଶବ୍ଦତୁମଭାବନା୨ #yqbhaina #yqodia #odiaquotes #odiawritings #challenge ଭାଇ❣️ Amit Narayan Satpathy ❣️ତୁମ ପ୍ରଦତ୍ତ ଶୀର୍ଷକ କୁ ନେଇ କିଛି ଗାରେଇଲି। ଆଶାକରେ ତୁମକୁ ଭଲ ଲାଗିବ..... ତୃଟି ଥିଲେ କ୍ଷମା କରିବ 🙏🏻🙏🏻
#ଛୁଞ୍ଚି #ମୋଶବ୍ଦତୁମଭାବନା୨ #Yqbhaina #yqodia #Odiaquotes #odiawritings #Challenge ଭାଇ❣️ Amit Narayan Satpathy ❣️ତୁମ ପ୍ରଦତ୍ତ ଶୀର୍ଷକ କୁ ନେଇ କିଛି ଗାରେଇଲି। ଆଶାକରେ ତୁମକୁ ଭଲ ଲାଗିବ..... ତୃଟି ଥିଲେ କ୍ଷମା କରିବ 🙏🏻🙏🏻
read morekoushik lenka
{ଯାଯାବର} ____❣️____ 👇🏻 👇🏻 👇🏻 👇🏻 କେଉଁ ପରିଚୟ ତୁମକୁ ଦେବି ସଜନୀ, ଯାଯାବର ନାମେ କଟେ ମୋ ରଜନୀ।।୧।। ମୁଁ ସ୍ୱାଧୀନ ଦେଶର ମୁକ୍ତ ମତୁଆଲି ବିହଙ୍ଗ, ବସା ବାନ୍ଧିବାକୁ ଯାଇ ଡେଇଁଯାଏ କେତେ ଶୃଙ୍ଗ।।୨।। କେଉଁ ବଗିଚାର ସାଜିବାକୁ ଚାହେଁନା ମୁଁ ଫୁଲ,
କେଉଁ ପରିଚୟ ତୁମକୁ ଦେବି ସଜନୀ, ଯାଯାବର ନାମେ କଟେ ମୋ ରଜନୀ।।୧।। ମୁଁ ସ୍ୱାଧୀନ ଦେଶର ମୁକ୍ତ ମତୁଆଲି ବିହଙ୍ଗ, ବସା ବାନ୍ଧିବାକୁ ଯାଇ ଡେଇଁଯାଏ କେତେ ଶୃଙ୍ଗ।।୨।। କେଉଁ ବଗିଚାର ସାଜିବାକୁ ଚାହେଁନା ମୁଁ ଫୁଲ,
read moreJS Jyoti
ଭଗ୍ନ ସ୍ୱପ୍ନର ସହରେ ***************** ଭଙ୍ଗା ସପନର ସହରରେ ଦିନେ ହାଟ ବସିଥିଲା ଅନ୍ଧାରର, ଅନ୍ଧାର ରାତିରେ ଦାମ୍ ଲାଗୁଥିଲା ମୋର ଭଙ୍ଗା ରୁଜା ସପନର। ରାତି କହୁଥିଲା ସ୍ବପ୍ନ ନେବ ନାହିଁ ନିଦ ବି କିଣିଲା ନାହିଁ, ଶେଷରେ ଭାବିଲି ନିଜେ ଯୋଡ଼ି ଦେବି ନୂଆ ଏକ ନିଦ ପାଇଁ। ହାଟକୁ ଆସିଲା ସପନ ବଣିକ ସ୍ବପ୍ନ ଯିଏ ମୋର ଭାଙ୍ଗିଥିଲା, ଜୋର ଜବରଦସ୍ତ ବିନା ମୂଲ ଦେଇ ସପନ ସବୁ ମୋ ଲୁଟି ନେଲା। ନା ବିକି ପାରିଲି ସପନକୁ ମୋର ରଖି ବି ପାରିଲି ନାହିଁ, ସପନ ବିହୀନ ଖାଲି ଡାଲା ଧରି ଫେରିଲି ମୁଁ ଶୂନ୍ୟ ହୋଇ। Nihar! ବନ୍ଧୁ ଆପଣଙ୍କ ପ୍ରଦତ୍ତ ବିଷୟ "ଭଗ୍ନ ସ୍ୱପ୍ନର ସହରେ" କିଛି ଶବ୍ଦ ଯୋଡ଼ିଛି। କେମିତି ଲାଗିବ ଜାଣେନା। ଆଶା କରେ ପଢ଼ି ନିଶ୍ଚିତ ମତାମତ ଟିଏ ରଖିବେ...... ଧନ୍ୟବାଦ ବନ୍ଧୁ🙏🙏🙏 #yqbhaina #yqodia #odiawritings #ମୋଶବ୍ଦତୁମଭାବନା୨
Nihar! ବନ୍ଧୁ ଆପଣଙ୍କ ପ୍ରଦତ୍ତ ବିଷୟ "ଭଗ୍ନ ସ୍ୱପ୍ନର ସହରେ" କିଛି ଶବ୍ଦ ଯୋଡ଼ିଛି। କେମିତି ଲାଗିବ ଜାଣେନା। ଆଶା କରେ ପଢ଼ି ନିଶ୍ଚିତ ମତାମତ ଟିଏ ରଖିବେ...... ଧନ୍ୟବାଦ ବନ୍ଧୁ🙏🙏🙏 #Yqbhaina #yqodia #odiawritings #ମୋଶବ୍ଦତୁମଭାବନା୨
read moreJS Jyoti
ପ୍ରେମ ଓ ବନ୍ଧୁତ୍ୱ ********** ବନ୍ଧୁତା ଗଳିରେ ଦିନେ ପ୍ରେମ ଆସିଲା, ଗଳି ଶେଷ, ଗଛ ମୂଳେ ବସିଲା, ତା' ପୂର୍ବରୁ ସେଠି ମୁଁ ବସିଥିଲି, ମୋତେ ଦେଖିଦେଇ ଟିକେ ହସିଲା। ମିଠା ମିଠା ହସି, ମିଠା ଭାଷିଲା, ପୀରତି ନିଶାରେ ମାତାଲ କଲା, କିଛି ବାଟ ମୋତେ ତା' ସାଥେ ନେଇ, କଳଙ୍କିତ କରି ଭୁଲି ସେ ଗଲା। ମୁଁ ଗଲା ପରେ ବନ୍ଧୁତା ଗଳି, ମୋତେ ଝୁରି ଝୁରି ଗଲା ସେ ଜଳି, ପ୍ରେମ ଛାଡିଦେଲା, ବନ୍ଧୁତା ବି ଗଲା, ପ୍ରେମ ପାଇଁ ବନ୍ଧୁ ପଡିଲା ବଳି। ବନ୍ଧୁତା ଭିତରେ ପ୍ରେମ ମିଳିବ, ପ୍ରେମ ହାରିଗଲେ କିଛି ନଥିବ, ସେଥିପାଇଁ ମୁଁ ବନ୍ଧୁତା ଖୋଜେ, ପ୍ରେମିକା ଭୁଲିଲେ,ସେ ବନ୍ଧୁ ହୋଇବ? ପ୍ରେମ ଓ ବନ୍ଧୁତା ଉଭୟଙ୍କୁ ମୁଁ ଭଲପାଏ, ଯେହେତୁ ସର୍ତ୍ତ ଥିଲା ଯେ କୌଣସି ଗୋଟିକୁ ଆପଣେଇ, କାହିଁକି ଆପଣେଇଲ ଲେଖିବାକୁ ତେଣୁ ମୁଁ ବନ୍ଧୁତା କୁ ହିଁ ଆପଣେଇଲି.....କାରଣ, ମୁଁ ଦେଖିଛି ବନ୍ଧୁଙ୍କୁ ପ୍ରେମିକ ଓ ପ୍ରେମିକା ହେବାର, କିନ୍ତୁ କେବେ ପ୍ରେମ ସଫଳ ନ ହେଲେ ପ୍ରେମରେ ବନ୍ଧୁତା କୁ ପାଇନି। Swarnalata Rathor ଦିଦି ଆପଣ ଦେଇଥିବା ବିଷୟ "ପ୍ରେମ ଓ ବନ୍ଧୁତ୍ୱ" ଉପରେ କିଛି ଲେଖିଛି, ପଢ଼ି କିଛି ଶବ୍ଦର ପ୍ରତ୍ୟାଶା ରେ ରହିଲି... ଧନ୍ୟବାଦ🙏🙏🙏🙏 #yqbhaina #yqodia #odiawritings #challenge #ମୋଶବ୍ଦତୁମଭାବନା୨
ପ୍ରେମ ଓ ବନ୍ଧୁତା ଉଭୟଙ୍କୁ ମୁଁ ଭଲପାଏ, ଯେହେତୁ ସର୍ତ୍ତ ଥିଲା ଯେ କୌଣସି ଗୋଟିକୁ ଆପଣେଇ, କାହିଁକି ଆପଣେଇଲ ଲେଖିବାକୁ ତେଣୁ ମୁଁ ବନ୍ଧୁତା କୁ ହିଁ ଆପଣେଇଲି.....କାରଣ, ମୁଁ ଦେଖିଛି ବନ୍ଧୁଙ୍କୁ ପ୍ରେମିକ ଓ ପ୍ରେମିକା ହେବାର, କିନ୍ତୁ କେବେ ପ୍ରେମ ସଫଳ ନ ହେଲେ ପ୍ରେମରେ ବନ୍ଧୁତା କୁ ପାଇନି। Swarnalata Rathor ଦିଦି ଆପଣ ଦେଇଥିବା ବିଷୟ "ପ୍ରେମ ଓ ବନ୍ଧୁତ୍ୱ" ଉପରେ କିଛି ଲେଖିଛି, ପଢ଼ି କିଛି ଶବ୍ଦର ପ୍ରତ୍ୟାଶା ରେ ରହିଲି... ଧନ୍ୟବାଦ🙏🙏🙏🙏 #Yqbhaina #yqodia #odiawritings #Challenge #ମୋଶବ୍ଦତୁମଭାବନା୨
read moreJS Jyoti
ପ୍ରତାରଣା ************ ପ୍ରତିଶ୍ରୁତି ଯେବେ ଜଳେ, ପ୍ରତାରଣା ଯୁଇ ତଳେ, ଜଳି ଜଳି କେତେ ମୁଠାଭରା ଶେଷେ ସ୍ମୃତିର ପାଉଁଶ ବଳେ।। ଭାବେ କେବେ ବସି ବସି, ତୁମ କଥା ବେଶୀ ବେଶୀ, ତୁମ ପ୍ରତିଶ୍ରୁତି, ତୁମ ପ୍ରତାରଣା ହସକୁ ନେଲା ମୋ ଶୋଷି।। କାହାକୁ ଦେବି ମୁଁ ଦୋଷ, ଭାଗ୍ୟ ମୋ ବୈଶାଖ ମାସ, ଯାହାକୁ ଭାବିଲି ଅମୃତ ଦରିଆ ପିଇବାକୁ ଦେଲା ବିଷ।। ସେ ବିଷ ପିଉଛି ନିତି, ହୃଦୟରେ ବୋଳି ସ୍ମୃତି, ପ୍ରତାରଣା ସତେ ଦେଇଥିଲା ମୋତେ ମିଛ ପ୍ରେମ ପ୍ରତିଶ୍ରୁତି।। Swapnil Swapna ଆପଣଙ୍କ ପ୍ରଦତ୍ତ ଶବ୍ଦ "ପ୍ରତାରଣା" ରେ କିଛି ଲେଖିବାକୁ ଚେଷ୍ଟା କରିଛି, ଆଶା କରେ ପଢ଼ିବେ ଓ ଲେଖା ପାଇଁ ମତାମତ ଟିଏ ରଖିବେ🙏🙏🙏 #ପ୍ରତାରଣା #yqbhaina #yqodia #challenge #ମୋଶବ୍ଦତୁମଭାବନା୨ #odiaquotes #odiawritings
Swapnil Swapna ଆପଣଙ୍କ ପ୍ରଦତ୍ତ ଶବ୍ଦ "ପ୍ରତାରଣା" ରେ କିଛି ଲେଖିବାକୁ ଚେଷ୍ଟା କରିଛି, ଆଶା କରେ ପଢ଼ିବେ ଓ ଲେଖା ପାଇଁ ମତାମତ ଟିଏ ରଖିବେ🙏🙏🙏 #ପ୍ରତାରଣା #Yqbhaina #yqodia #Challenge #ମୋଶବ୍ଦତୁମଭାବନା୨ #Odiaquotes #odiawritings
read moreJS Jyoti
ଯାଯାବର ************* ମୁଁ ମେଘ ଟିଏ ଯାଯାବର, ତୋ ଆକାଶ ନୁହଁଇ ମୋର, ତୋ ଅଗଣା ବି ନୁହେଁ ମୋର। ମୁଁ ବର୍ଷା ଟିଏ ଯାଯାବର, ତୋ ଅଧର ନୁହଁଇ ମୋର, ତୋ ଶରୀର ବି ନୁହେଁ ମୋର। ମୁଁ ମୌସୁମୀ ଟେ ଯାଯାବର, ତୋ ନିଶ୍ୱାସ ନୁହଁଇ ମୋର, ତୋ କବରୀ ବି ନୁହେଁ ମୋର। ବଗିଚାରେ ତୁ ଫୁଲଟିଏ ଗୋଲାପର, ଅନେକ ଫୁଲରେ ଉଡ଼ିବୁଲୁଥିବା ଭ୍ରମର ମୁଁ ଯାଯାବର। #yqbhaina #yqodia #challenge #ମୋଶବ୍ଦତୁମଭାବନା୨ #odiaquotes #odiawritings
#Yqbhaina #yqodia #Challenge #ମୋଶବ୍ଦତୁମଭାବନା୨ #Odiaquotes #odiawritings
read moreJyotshna Rani Sahoo
♦️♦️ ସୂକ୍ଷ୍ମ ଏକ ବନ୍ଧନ "ମିତ୍ରତା"♦️♦️ ସମ୍ପର୍କ ରୂପକ ପଦାର୍ଥର ଏକ ପରମାଣୁ କଣିକା ମିତ୍ରତା ଅନ୍ତର୍ନିହିତ ଥାଏ ଆରମ୍ଭରୁ ପ୍ରାନ୍ତ ଯାଏଁ ସବୁ ଗୁଣ ସବୁ ଲକ୍ଷଣ ଗଢିବାର ସମ୍ପର୍କର ସୌଧ କେବେ ସେ ଆଣବିକ ଶକ୍ତି ସୃଷ୍ଟି କରେ ସମ୍ପର୍କର ଅଣୁ ର ସମଷ୍ଟି ଆଉ କେବେ ଗଢ଼ି ଦିଏ ପ୍ରେମର ବସ୍ତୁତ୍ଵ ଯୁକ୍ତ ଲୌହ ର ପର୍ବତ ବିଶ୍ବାସ ର ମାଧ୍ୟାକର୍ଷଣ ବଳରେ ଯୋଡ଼ି ରଖେ ଆଜୀବନ ସେ ସୂକ୍ଷ୍ମ ବନ୍ଧୁତ୍ୱ ର ଶକ୍ତିର ଆକଳନ ହୁଏତ ଅସମ୍ଭବ ହେଲେ ଏହାର ପାଇଁ ପରିମାପ ହେଇଥାଏ ସେ ଅଦ୍ୱିତୀୟ ଭାବ ନିହାର ବନ୍ଧୁ ଆଜି ତମେ ଆଗ୍ରହ କରିଥିବା ବନ୍ଧୁତ୍ୱ ର ଭେଟି କୁ ମୁଁ ଅତି ଶୀଘ୍ର ହିଁ ଦେବାକୁ ଚାହୁଁଥିଲି ସେଥିପାଇଁ ଅଳ୍ପ ଅଳ୍ପ ଲେଖି ଦେଇଛି ଶୀଘ୍ର ଶୀଘ୍ର।ଆଶା ଭଲ ଲାଗିବ କିଛି ମାତ୍ରାରେ 😊😊❣️❣️ #yqbhaina#munodia#odiakabita#ମୋଶବ୍ଦତୁମଭାବନା୨#odiawriting
ନିହାର ବନ୍ଧୁ ଆଜି ତମେ ଆଗ୍ରହ କରିଥିବା ବନ୍ଧୁତ୍ୱ ର ଭେଟି କୁ ମୁଁ ଅତି ଶୀଘ୍ର ହିଁ ଦେବାକୁ ଚାହୁଁଥିଲି ସେଥିପାଇଁ ଅଳ୍ପ ଅଳ୍ପ ଲେଖି ଦେଇଛି ଶୀଘ୍ର ଶୀଘ୍ର।ଆଶା ଭଲ ଲାଗିବ କିଛି ମାତ୍ରାରେ 😊😊❣️❣️ #Yqbhaina#munodia#odiakabita#ମୋଶବ୍ଦତୁମଭାବନା୨#odiawriting
read moreJyotshna Rani Sahoo
❣️❣️ ମମତା❣️❣️ (ଅନୁଶୀର୍ଷକ ରେ ପଢ଼ନ୍ତୁ) ❣️❣️ମମତା❣️❣️ ଧରଣୀ ଠୁ ମମତା ଜହ୍ନ ଠୁ ସ୍ନେହ ଆଣିବି ମୋ ପ୍ରତି ପ୍ରଶ୍ୱାସ ଯଦି ତୋ ଖୁସି ହୁଏ ତାକୁ ବି ବଞ୍ଚେଇ ରଖିବି।
❣️❣️ମମତା❣️❣️ ଧରଣୀ ଠୁ ମମତା ଜହ୍ନ ଠୁ ସ୍ନେହ ଆଣିବି ମୋ ପ୍ରତି ପ୍ରଶ୍ୱାସ ଯଦି ତୋ ଖୁସି ହୁଏ ତାକୁ ବି ବଞ୍ଚେଇ ରଖିବି।
read moreJyotshna Rani Sahoo
♦️♦️ସଧବା ନାରୀ ♦️♦️ (ଅନୁଶୀର୍ଷକ ରେ ପଢ଼ନ୍ତୁ) ♦️♦️ସଧବା ନାରୀ ♦️♦️ ସଧବା ନାରୀ କଲଙ୍କିନି ନୁହଁ ସୁହାଗିନୀ ଭାଗ୍ୟର ରେଖା ତାର ହସ୍ତ ପାପୁଲିରେ ନୁହଁ ସିନ୍ଥିର ସିନ୍ଦୂର ରେ ବିରାଜିତ ଲାଲ୍ ଲହୁରେ ଲୁହ ବି ତ ଲହୁ ନା! ସେ ଦୁଃଖୀ ନୁହଁ ମିଷ୍ଟ ଭାଷୀନି
♦️♦️ସଧବା ନାରୀ ♦️♦️ ସଧବା ନାରୀ କଲଙ୍କିନି ନୁହଁ ସୁହାଗିନୀ ଭାଗ୍ୟର ରେଖା ତାର ହସ୍ତ ପାପୁଲିରେ ନୁହଁ ସିନ୍ଥିର ସିନ୍ଦୂର ରେ ବିରାଜିତ ଲାଲ୍ ଲହୁରେ ଲୁହ ବି ତ ଲହୁ ନା! ସେ ଦୁଃଖୀ ନୁହଁ ମିଷ୍ଟ ଭାଷୀନି
read moreJyotshna Rani Sahoo
♦️♦️ପୂର୍ଣ୍ଣିମା ଗୋଟେ ଦିନ କାହିଁକି?♦️♦️ ସୁଖ ଦୁଃଖ ରେ ଅାକ୍ତା ମାକ୍ତା ମଣିଷ ନା ସହି ପାରେ ଦୁଃଖର ବୋଝ ନା ସୁଖର ହାଲୁକା ପଣ ନିଜର ହାଲୁକା ପଣକୁ ଫୋପାଡ଼ି ପୁଣି ଖୋଜେ ଦୁଃଖର ଅତୀତରେ ସ୍ମୃତିର ଶାମୁକା ଗୁଡ଼ିକୁ, ତା ଭିତରୁ ସାଉଁଟେ ତୃପ୍ତି ର ମୋତି ହେଲେ ଖାଲି ଅଭିନୟ ସେ ବର୍ତ୍ତମାନ ରେ ଖୋଜେ ଅଭିମାନ ପୂର୍ଣ୍ଣତା ରେ ତାର ଅପୂର୍ଣ୍ଣ କ୍ଷୋଭ ଜାଣିଛି ଇଶ୍ଵର ତାର ହାତ ଗଢା ଉତ୍ସ୍ରୁଙ୍ଖଳ ମାନବ ଜାତି କୁ ସେ କୈଫାତ୍ ମାଗିବ ଗୋଟି ଗୋଟି ସୃଷ୍ଟି ପାଇଁ ଅମାବାସ୍ୟା ତ ତା ପାଇଁ ଅଭିଶାପ ଆଉ ପୂର୍ଣ୍ଣମୀ କୁ ଦେଖି ସେ ଇର୍ଷାରେ ଜଳେ ମହତ୍ ର ମହତ୍ତ୍ଵ ରଖିବା ସେ ଜାଣିନି ସେଥିପାଇଁ ଲୁଚେଇ ଦିଏ କେବେ ଅନ୍ଧାରକୁ ଆଲୁଅ କୋଳରେ ତ କେବେ ପୂର୍ଣ୍ଣମୀ ର ଆଲୁଅ କୁ ଖଣ୍ଡ ଖଣ୍ଡ କରି ସମାହିତ କରିଦିଏ ଶୂନ୍ୟରେ ଦେଖ୍ ମାନବ ତୁ ପାରିଲୁ କି ଗୋଟେ ଦିନର ସେ ପୂର୍ଣ୍ଣତା କୁ ସମ୍ଭାଳି ଆଉ ତୁ ଲାଞ୍ଛନା କରୁ କି ମୁଁ ଅସମ୍ପୂର୍ଣ୍ଣ ହଁ ମୁଁ ଅସମ୍ପୂର୍ଣ୍ଣ କିନ୍ତୁ ପୂର୍ଣ୍ଣତା ରେ ବିଲୀନ ଆଉ ତୁ ପୂର୍ଣ୍ଣତା ଲାଳସା ରେ ଅନ୍ତହିନ ଆଉ ଦିଗ ବିହୀନ ♦️♦️ପୂର୍ଣ୍ଣିମା ଗୋଟେ ଦିନ କାହିଁକି?♦️♦️ ସୁଖ ଦୁଃଖ ରେ ଅାକ୍ତା ମାକ୍ତା ମଣିଷ ନା ସହି ପାରେ ଦୁଃଖର ବୋଝ ନା ସୁଖର ହାଲୁକା ପଣ ନିଜର ହାଲୁକା ପଣକୁ ଫୋପାଡ଼ି ପୁଣି ଖୋଜେ ଦୁଃଖର ଅତୀତରେ ସ୍ମୃତିର ଶାମୁକା ଗୁଡ଼ିକୁ,
♦️♦️ପୂର୍ଣ୍ଣିମା ଗୋଟେ ଦିନ କାହିଁକି?♦️♦️ ସୁଖ ଦୁଃଖ ରେ ଅାକ୍ତା ମାକ୍ତା ମଣିଷ ନା ସହି ପାରେ ଦୁଃଖର ବୋଝ ନା ସୁଖର ହାଲୁକା ପଣ ନିଜର ହାଲୁକା ପଣକୁ ଫୋପାଡ଼ି ପୁଣି ଖୋଜେ ଦୁଃଖର ଅତୀତରେ ସ୍ମୃତିର ଶାମୁକା ଗୁଡ଼ିକୁ,
read more