Nojoto: Largest Storytelling Platform
tafizulhussain4478
  • 1.3KStories
  • 57.6KFollowers
  • 22.9KLove
    8.3LacViews

Tafizul Sambalpuri

खामोश रहते कुछ हासिल नहीं होगा बोलें अपने दिल की बातें YouTube id https://youtu.be/uZyC_sPFr7k 9439221989 Sambalpur Odisha Sambalpur Odisha

  • Popular
  • Latest
  • Repost
  • Video
f81efd748804cf8452b84575ebfb66fb

Tafizul Sambalpuri

White ବିଶ୍ଲେଷଣ 

ମୋ ଅହମିକା ନିକଟରେ 
ଅନ୍ୟମାନେ କେତେ ଯେ ନଗଣ୍ୟ 
ଏଇ ଭାବନାଠୁ ହିଁ ତ ଆରମ୍ଭ ହୁଏ 
ଜୀବନର ବିଶ୍ଲେଷଣ  ।

ତୁଚ୍ଛ ତୁମକୁ କହି, ଯଦି ମୁଁ 
ବଡ଼ ପାଲଟିଗଲି
ତାହାଲେ ସତରେ ମୁଁ କ'ଣ କଲି
ସେଇଆ କଲି ଯାହା ଅନ୍ୟମାନେ କରୁଛନ୍ତି 
ତାହେଲେ ସେମାନଙ୍କଠୁ ଭିନ୍ନ କେମିତି ହେଲି  ?

ମୁଁ ,  ମୋର, ମୋ ପାଇଁର  ଭାବନା
ମତେ ଏତେ ମାତ୍ରାରେ ଗ୍ରାସିଗଲା ଯେ
ସମ୍ପର୍କ ମୂଲ୍ୟହୀନ ପାଲଟିଲା
ଆମ୍ଭେର ପରିଭାଷା ମଳିନ ପଡ଼ିଲା
ସବୁତକ ବିକିଦେଲି ଧନ ପାଇଁ 
ଶାନ୍ତି କେଉଁଠି ମିଳିଲା  ?
ଅନେକ ତ ସେଇଆ କରନ୍ତି 
ତେବେ ମୁଁ ଭିନ୍ନ କ'ଣ କଲି ।

ଆଶ୍ଚର୍ଯ୍ୟ କ'ଣ ଜାଣନ୍ତି ଜୀବନର
ଜନ୍ମ କିମ୍ବା ମୃତ୍ୟୁର ଆକଳନ 
ନୁହେଁ ଆମ ଅକ୍ତିଆରରେ
ଆଉ ସେଇ ଶ୍ମଶାନ, ସେଇ କବରସ୍ତାନ
ସେଠାକୁ ଆସୁଥିବା କାଠ ଓ
ଏଠାକୁ ଆସିଥିବା କଫନ ।

କାଠ ଓ କଫନ ଯିଏ ପ୍ରସ୍ତୁତ କରେ
ସେ ବିକ୍ରି କରିଦିଏ
ଯିଏ କିଣେ ସେ ବ୍ୟବହାର କରେନାହିଁ 
ଯାହା ପାଇଁ ବ୍ୟବହାର ହୁଏ 
ସେ ଜାଣିପିରେ ନାହିଁ 
ଯଦି ସତରେ ଏତିକି ମାତ୍ର ଜୀବନ 
କାହିଁକି ତେବେ ଏତେ ମାନ ଅଭିମାନ  ।।

ତଫିଜୁଲ ହୁସେନ 
ଚିପିଲିମା, ସମ୍ବଲପୁର

©Tafizul Sambalpuri #Life
f81efd748804cf8452b84575ebfb66fb

Tafizul Sambalpuri

White ମୁଁ  ଶୀର୍ଷକ ବିହୀନ 

ମୋ ଶବାଧାର କ'ଣ କହୁଛି ଦେଖ
ମୋ ସ୍ମୃତିକୁ ତୁମେ ସାଇତି ରଖ
ଥିବା ଯାଏଁ ମୁଁ , ଥିଲା 
ମୋର ସଂସାର, ଏବେ
ଫେରୁଛି ମୁଁ ଶୂନ୍ୟ ହସ୍ତରେ
ଏତିକି ମନେରଖ 
ସେ ପଚାରନ୍ତି
ତୁମେ ଯାଉଛ କୁଆଡ଼େ ?
ପରିକ୍ରମା କରି ବାହୁଡୁଛି
ଆରମ୍ଭ ବିନ୍ଦୁକୁ 
ଅପେକ୍ଷାର ବେଳ ସମାପ୍ତ ହୋଇଛି
ଚଞ୍ଚଳ ଚଞ୍ଚଳ ବାହୁଡ଼ି ଯାଅ ତୁମେ 
ମୋ କବିତାର କେଇ ପଦ 
ଏଥର ତୁମେ ଲେଖ
ପାରିବ ଯଦି ତୁମେ 
ଗୋଟିଏ ସୁନ୍ଦର ଶୀର୍ଷକ ରଖ
ଥିବା ଯାଏଁ ଏ କବିତା ମୁଁ ଥିବି 
ଶରୀର ତୁମର , ସ୍ପନ୍ଦନ ତୁମର
ସେଥିରେ କିନ୍ତୁ ମୁଁ ବଞ୍ଚିଥିବି
ଏମିତି କିଛି ଭାବନା 
ଆନ୍ଦୋଳିତ ହେଉଥିବ
ତୁମେ ତୁମେ ଥିବ 
ମୁଁ ଯଦି ବି ନଥିବି, ଥିବି କିନ୍ତୁ 
ଏମିତି କିଛି କବିତାରେ
ଲୁହ ଝରାଇଇ କି କେଇ ବୁନ୍ଦା 
ଏଥର ତୁମେ ତୁମ ଚକ୍ଷୁ କୁ ପଚାରି ଦେଖ ।।

©Tafizul Sambalpuri
  #Sad_Status
f81efd748804cf8452b84575ebfb66fb

Tafizul Sambalpuri

White      ( । )
ବୋଧେ ହୁଏ ଏହା ପୂର୍ଣ୍ଣଛେଦର ଚିହ୍ନ 
ଏଇଠୁ ଶେଷ ଓ ଆରମ୍ଭ ମଧ୍ୟ ହୁଏ 

ବୋଧେ ହୁଏ ଏହା ଏକ ସୀମାରେଖା
ଯେଉଁଠି ପାଦକୁ ଓ ପଦକୁ ଅଟକିବାକୁ ହୁଏ 

ବୋଧେ ହୁଏ ଏହା ଆକାର ଅଟେ 
ମା' ଲେଖି ମମତାର ଭାବକୁ ବୁଝିବାକୁ ହୁଏ 

ବୋଧେ ହୁଏ ଏହା ଗୁରୁଙ୍କ ଛାଟ
ନୀତି ଓ ଆଦର୍ଶର ଦିଗଦର୍ଶନ ଯେଉଁଠି ପ୍ରାପ୍ତ ହୁଏ 

ଏହି ବୋଧେ ହୁଏର ତାଲିକା ଖୁବ ଲମ୍ବ 
ଠିକ୍ ଏହାର ଆକୃତି ଭଳି 
ଚାହିଁଲେ ସୁକ୍ଷ୍ମ ଭାବିଲେ 
ଅନନ୍ତ ପର୍ଯ୍ୟନ୍ତ ଦୃଶ୍ୟମାନ ହୁଏ ।।

©Tafizul Sambalpuri
  #Sad_Status
f81efd748804cf8452b84575ebfb66fb

Tafizul Sambalpuri

White  ଠିକଣା 

ଏମିତି କେବେ ଦିନେ
ଠିକଣା ମୋର ବଦଳିଯିବ
ଯେଉଁ ଠିକଣାକୁ ତୁମେ ଜାଣିଛ
ମୋର ନୂତନ ଠିକଣାରୁ ହୁଏତ 
ଉତ୍ତର ପାଇବନି ତୁମେ ତୁମ ପ୍ରଶ୍ନର 
ତଥାପି ପ୍ରଶ୍ନ ପଚାରୁଥିବ ନିରନ୍ତର 
ମୁଁ ନିଶ୍ଚୟ ଫେରିବି
ଅପେକ୍ଷା କରିବ, ସେଇ ସ୍ବପ୍ନକୁ
ଯେଉଁଠି ମୁଁ ଥିବି, ଆଉ ଥିବ 
ତୁମର ସମସ୍ତ ପ୍ରଶ୍ନର ଉତ୍ତର 
ତୁମେ ଶାନ୍ତ ଥିବ
ମୁଁ ଶାନ୍ତି ଚାହୁଁଥିବି
ତୁମେ ଫେରୁଥିବ , ମୁଁ ଫେରୁଥିବି
ଫରକ କେବଳ ଏତିକି ଥିବ
ତୁମେ ନିଦରୁ ଉଠୁଥିବ
ଆଉ ମୁଁ ଚିର ନିଦ୍ରାରେ ଶୋଇଥିବି  ।।

©Tafizul Sambalpuri
  #GoodMorning
f81efd748804cf8452b84575ebfb66fb

Tafizul Sambalpuri

White ଗୋଟିଏ ପଦ
କେବଳ ତୁମକୁ ନୁହେଁ 
ଇତିହାସ ବଦଳାଇବାକୁ ସକ୍ଷମ ହୁଏ
'ମୁଁ ନିଶ୍ଚୟ କରିପାରିବି'
ନିଜ ଉପରେ ଥରଟିଏ ବିଶ୍ବାସ କର
ବିଶ୍ବାସ ତୁମକୁ କେବେ ନିରାଶ କରିବନି ।

©Tafizul Sambalpuri
  #safar
f81efd748804cf8452b84575ebfb66fb

Tafizul Sambalpuri

କିଏ କହିଲା ତୁମେ ନିଃସଙ୍ଗ ଅଛ
ଏ ପାଣି, ଏ ପବନ, ଏ ବୃକ୍ଷ, ଏ ଆକାଶ 
ଚନ୍ଦ୍ର, ତାରା, ସୂର୍ଯ୍ୟ, ଏ ରାସ୍ତା ତୁମ ସହ ଅଛନ୍ତି 
ଥରେ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କର
ଦେଖିବ ସେମାନେ କେମିତି କଥାକହି ଉଠିବେ
ଆଉ ତାର କମ୍ପନ ସମଗ୍ର ବିଶ୍ବକୁ ଶୁଣାଯିବ ।।

©Tafizul Sambalpuri
  #ଜୀବନ

#ଜୀବନ #କବିତା

f81efd748804cf8452b84575ebfb66fb

Tafizul Sambalpuri

ଶେଷ ଭାଗରେ ଲେଖାଥିବା 
ସେଇ ପଦକ କଥା, ଇତି ତୁମର
ସତେ କେତେ ଆପଣା ଆପଣା ଲାଗୁଥିଲା
କେବେ ଆକାଶ ଭର୍ତ୍ତି ସୁଖ ତ ପୁଣି କେବେ 
ମହଣେ ଦୁଃଖର ସେ ବାର୍ତ୍ତାବହ ଥିଲା 
ଥିଲା କେବେ ସେ ଏକ ସନ୍ତକ କାହାର
ବାସ୍ନା ନଥାଇ ମଧ୍ୟ ମହମହ ବାସୁଥିଲା
ହାତ ଲେଖା ସେଇ ଚଠି ଟିଏ 
ଆଉ ଆସୁନି ଏବେ 
ଏକଦା ଏରୁଣ୍ଡି ସେପାଖେ କିଏ ଜଣେ
ସର୍ବଦା ତାର ଆଗମନକୁ ଅପେକ୍ଷା କରୁଥାଲା ।

©Tafizul Sambalpuri
  #letters
f81efd748804cf8452b84575ebfb66fb

Tafizul Sambalpuri

White ତୁମେ ଅବୁଝା ଏକ ପ୍ରହେଳିକା 
ତୁମେ ଅବ୍ୟକ୍ତ ଏକ ଯନ୍ତ୍ରଣା
ତୁମେ ଗୋଟିଏ ସମ୍ପର୍କର ଆରମ୍ଭ ଅବା ଶେଷ 
କିମ୍ବା ଗୋଟିଏ ଅଧାଗଢ଼ା କାହାଣୀର
ନିଖୋଜ ଥିବା ଆକର୍ଷିତ ଚରିତ୍ର
ତୁମେ ହୁଏତ ଆଉକିଛି ଥାଇପର
ଏ ସମାଜର ଚକ୍ଷୁରେ, ହେଲେ 
ତୁମର ବାସ୍ତବତା କେବଳ ତୁମେ ହିଁ ଜାଣ
କଥାରେ କିଛି ନଥାଏ 
ନିର୍ଭର କରେ ସବୁକିଛି କେବଳ ତୁମର
ହୃଦୟର ସ୍ବଚ୍ଛତା ଉପରେ ।।

©Tafizul Sambalpuri
  #sad_quotes
f81efd748804cf8452b84575ebfb66fb

Tafizul Sambalpuri

ପାଣି 

ପାଣିରେ ପାଣିରେ ପାଣି ଲେଖିବା
ପୁଣି ସେଇ ପାଣିର ଲୁହଧାରେ
ଗୋଟିଏ ଜୀବନ କାହାଣୀ ଲେଖିବା
ପାଣିର ରଙ୍ଗରେ ଗୋଟିଏ ଇନ୍ଦ୍ରଧନୁ ତୋଳିବା
ପାଣିକୁ ପୁଣି କେବେ ଲୁହ ଭଳି ଲୁଣି 
ଆଉ କେବେ ମଧୁ ଭଳି ମିଠା କରିବା
ପାଣି , ହଁ ସେଇ ପାଣିର ଧାରରେ ବୋହି
ବିଶାଳ ସମୁଦ୍ର ଟିଏ ପାଲଟିବା 
ସମୁଦ୍ର ପାଣି ଭଳି ବାଷ୍ପୀଭୂତ ହୋଇ 
କଳା ମେଘ ରୂପ ଧାରଣ କରି
ପୁଣି ପାଣି ଭଳି ବର୍ଷା ରୂପରେ ବର୍ଷିଯିବା
ସତରେ କେତେ ସହଜ ଆଉ କେତେ କଠିନ 
ଚାଲ ଥରେ ଆମେ ପାଣି ପାଲଟିଯିବା
ଚାଲ ଥରେ ଆମେ ପାଣି ପାଲଟିଯିବା ।।

©Tafizul Sambalpuri
  #କବିତା

#କବିତା

f81efd748804cf8452b84575ebfb66fb

Tafizul Sambalpuri

White ଏକ ଦୁଃଖୀ କବିତାର ପଥ

କାହାଣୀ ଯାହାବି ହେଉ
ରୋମାଞ୍ଚିତ ସେତେବେଳେ କରେ
ଯେତେବେଳେ ସେ କହରି ଉଠେ ଯନ୍ତ୍ରଣାରେ 
କି ଆଶ୍ଚର୍ଯ୍ୟ, ଦୁଃଖ, ବେଦନା, ଯନ୍ତ୍ରଣା 
ସତରେ କେତେ ମର୍ମସ୍ପର୍ଶୀ 
ଆଉ ତାର ଚିତ୍କାର କେତେ ଶକ୍ତିଶାଳୀ
ସନ୍ତର୍ପଣରେ ବିନା କୌଣସି ଶବ୍ଦ କରି
ଠିକ୍ ଏମିତି ଏକ ସମୟରେ 
ଅନେକ ଶବ୍ଦ କବିତାର ପଥ ଦେଇ ଓହ୍ଲାନ୍ତି
ଭାବୁକ କବିର ହୃଦୟକୁ 
ପାଠକର ଆତ୍ମାକୁ ଆନ୍ଦୋଳିତ କରିବା ପାଇଁ 
ଶବ୍ଦ ଗୁଡିକ ମାଟି, ଭୋକ, ତାଡ଼ନା, ନିର୍ଯାତନା, ଲୁହ 
ଏମିତି ଅନେକଙ୍କ ସହ ମିଶି ଯେତେବେଳେ 
ଲେସି ହୁଅନ୍ତି କୈାଣସି ଏକ 
ଭଙ୍ଗା ଦଦରା କାନ୍ଥର ହୃଦୟରେ
ଗରିବର ଅଭାବ ପଣ ଏଠି ନିଗୁଡୁଥାଏ
ତାର ଲୁହ ହୋଇ 
ଶ୍ୱାସରୁଦ୍ଧ ସେ କୋହ ମାନେ କଥା ହେବାକୁ 
ବ୍ୟଗ୍ର ହେଉଥାନ୍ତି ସକେଇ ସକେଇ
ଆହାଃ ଏକ ପ୍ରଲେପ ସତରେ ଯେମିତି 
ସବୁକିଛି ଦୁଃଖକୁ ହରଣ କରିନେଉଥାଏ
କବିତାଟି ଅଗ୍ରସର ହେଉଥାଏ ସାର୍ଥକ ପଥରେ
କବି ତ ଲେଖି ଦିଏ ତାର ଭାବନାକୁ 
ଶବ୍ଦର ଅଳଙ୍କାରରେ
ହେଲେ ସେ କାଙ୍ଗାଳ ସତରେ କ'ଣ ମୁକ୍ତି ପାଏ
କଙ୍କାଳ ପାଲଟିବା ଆଗରୁ ଆଲୁଅର ନିଖୋଜ ପଥକୁ 
ଅଣ୍ଡାଳି ହେଉଥାଏ ଆଉଏକ 
କବିତା, କାହାଣୀ, ଗଳ୍ପ ମାଧ୍ୟମରେ 
ଅନ୍ୟ ଜଣେ ଭାବୁକର ଅନ୍ତରକୁ ଆନ୍ଦୋଳିତ କରିବାକୁ ।।

©Tafizul Sambalpuri
  #rainy_season
loader
Home
Explore
Events
Notification
Profile