Nojoto: Largest Storytelling Platform

Best କବିତା Shayari, Status, Quotes, Stories

Find the Best କବିତା Shayari, Status, Quotes from top creators only on Nojoto App. Also find trending photos & videos about

  • 37 Followers
  • 3941 Stories

Stories related to କବିତା

Joy Krishna Behera

ଯଦି #କବିତା

read more
White ତୋ ଓଠର ନିଷ୍କାସିତ ପ୍ରତି ଶବ୍ଦ 
ମୋ କାନରେ ମହୁ ବର୍ଷା କରନ୍ତି 
ତେଣୁ ତୋ ଶବ୍ଦର ସରବତ ପିଇବାକୁ
ମୋ କାନ ଦୁଇଟି 
ଗ୍ରୀଷ୍ମର କ୍ଳାନ୍ତ ପଥିକ ପରି
ଅପେକ୍ଷା କରି ରହିଛନ୍ତି।

©Joy Krishna Behera ଯଦି

Kalpalata Kanungo

🙏🌹ଓଁକାର🌹🙏 #କବିତା

read more
ସବୁ ସମସ୍ୟା ର ସମାଧାନ

କେବଳ ଓଁକାର ମଧ୍ୟରେ,,

ପ୍ରେମ ର ପହିଲି ଚିଠି ରେ...

ଜନ୍ମ ରୁ ଆରମ୍ଭ ହୋଇ.. ମୃତ୍ୟୁ ପୂର୍ବର ଶେଷ ନିଃଶ୍ୱାସ ରେ...

ଜୁଈର ଉଷୁମ ପାଉଁଶ ରେ...

ସବୁ ସମସ୍ୟା ର ସମାଧାନ କେବଳ

ଓଁକାର ମଧ୍ୟରେ....

©Kalpalata Kanungo 🙏🌹ଓଁକାର🌹🙏

Joy Krishna Behera

ଯଦି #କବିତା

read more

Prashanta Kumar Sahu

Tafizul Sambalpuri

Life #କବିତା

read more
White ବିଶ୍ଲେଷଣ 

ମୋ ଅହମିକା ନିକଟରେ 
ଅନ୍ୟମାନେ କେତେ ଯେ ନଗଣ୍ୟ 
ଏଇ ଭାବନାଠୁ ହିଁ ତ ଆରମ୍ଭ ହୁଏ 
ଜୀବନର ବିଶ୍ଲେଷଣ  ।

ତୁଚ୍ଛ ତୁମକୁ କହି, ଯଦି ମୁଁ 
ବଡ଼ ପାଲଟିଗଲି
ତାହାଲେ ସତରେ ମୁଁ କ'ଣ କଲି
ସେଇଆ କଲି ଯାହା ଅନ୍ୟମାନେ କରୁଛନ୍ତି 
ତାହେଲେ ସେମାନଙ୍କଠୁ ଭିନ୍ନ କେମିତି ହେଲି  ?

ମୁଁ ,  ମୋର, ମୋ ପାଇଁର  ଭାବନା
ମତେ ଏତେ ମାତ୍ରାରେ ଗ୍ରାସିଗଲା ଯେ
ସମ୍ପର୍କ ମୂଲ୍ୟହୀନ ପାଲଟିଲା
ଆମ୍ଭେର ପରିଭାଷା ମଳିନ ପଡ଼ିଲା
ସବୁତକ ବିକିଦେଲି ଧନ ପାଇଁ 
ଶାନ୍ତି କେଉଁଠି ମିଳିଲା  ?
ଅନେକ ତ ସେଇଆ କରନ୍ତି 
ତେବେ ମୁଁ ଭିନ୍ନ କ'ଣ କଲି ।

ଆଶ୍ଚର୍ଯ୍ୟ କ'ଣ ଜାଣନ୍ତି ଜୀବନର
ଜନ୍ମ କିମ୍ବା ମୃତ୍ୟୁର ଆକଳନ 
ନୁହେଁ ଆମ ଅକ୍ତିଆରରେ
ଆଉ ସେଇ ଶ୍ମଶାନ, ସେଇ କବରସ୍ତାନ
ସେଠାକୁ ଆସୁଥିବା କାଠ ଓ
ଏଠାକୁ ଆସିଥିବା କଫନ ।

କାଠ ଓ କଫନ ଯିଏ ପ୍ରସ୍ତୁତ କରେ
ସେ ବିକ୍ରି କରିଦିଏ
ଯିଏ କିଣେ ସେ ବ୍ୟବହାର କରେନାହିଁ 
ଯାହା ପାଇଁ ବ୍ୟବହାର ହୁଏ 
ସେ ଜାଣିପିରେ ନାହିଁ 
ଯଦି ସତରେ ଏତିକି ମାତ୍ର ଜୀବନ 
କାହିଁକି ତେବେ ଏତେ ମାନ ଅଭିମାନ  ।।

ତଫିଜୁଲ ହୁସେନ 
ଚିପିଲିମା, ସମ୍ବଲପୁର

©Tafizul Sambalpuri #Life

Joy Krishna Behera

ମୋ ଶୋଇବା ଘର ର ଚାରିକାନ୍ଥ #କବିତା

read more

Joy Krishna Behera

ମୋ ଶୋଇବା ଘର ର ଚାରିକାନ୍ଥ #କବିତା

read more

Joy Krishna Behera

ମୋ ଶୋଇବା ଘରର ଚାରିକାନ୍ଥ #କବିତା

read more

Kalpalata Kanungo

#Sad_Status 'ପ୍ରାରବ୍ଧ" #କବିତା

read more
White ଜୀବନ ରେ ସମସ୍ୟା ର ଶିକୁଳୀ,,

ତଥାପି.. ଜୀବନ ଟାଣିଟୁଣି ହୋଇ ଚାଲିଛି..,,

ଅନେକ ସମସ୍ୟା ର ସମାଧାନ ନଥାଏ,,ତଥାପି...

ଭଲ ମଣିଷ ଟିଏ ..କଷ୍ଟ ସହିଛି ପଛେ... ମୁହଁ ଖୋଲିନି,,

କାରଣ... ତାକୁ... 

ନିଜର ପ୍ରାରବ୍ଧ ଭୋଗିବାକୁ ଅଛି ବୋଲି

ସେ ବୁଝି ସାରିଛି.... ,, ନିଜେ ବଞ୍ଚିଛି ଓ

ଅନ୍ୟ କୁ ଵଂଚେଇବାର ପ୍ରୟାସ ରେ

ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଲାଗିଛି..,,

ସବୁକିଛି ସେଇ ଈଶ୍ୱରଙ୍କୁ ସମର୍ପଣ କରି

ଯେତେ କଷ୍ଟ ହେଉ... ପାଦ ଥାପି ଚାଲିଛି...

©Kalpalata Kanungo #Sad_Status 'ପ୍ରାରବ୍ଧ"

Kalpalata Kanungo

#hindi_diwas ରେ ପବନ.. #କବିତା

read more
White ରେ ପବନ... କହିଦେବ...
'ମୋ ଜୀବନ' କୁ,,
ଅସୁସ୍ଥ ଶରୀର ମୋ ତା'କୁ ଖୋଜୁଚି..,,
ଯଦି ମନ ହୁଏ... ଆସିବ..
ତା ସ୍ନେହ ରେ
ମୋ ଦେହ କୁ ଭଲ କରିବାକୁ...
ମୋତେ ନୂଆ କରି ଜୀବନ ଦେବାକୁ....

©Kalpalata Kanungo #hindi_diwas ରେ ପବନ..
loader
Home
Explore
Events
Notification
Profile