Nojoto: Largest Storytelling Platform
pranaykumarsahu5456
  • 140Stories
  • 687Followers
  • 2.2KLove
    1.6LacViews

Pranay Kumar Sahu

just write what you think, thats also a story

  • Popular
  • Latest
  • Video
ab456802ff4045faa335fe7e880b1cbb

Pranay Kumar Sahu

White ବିଦ୍ୟା ବୁଦ୍ଧି ଦାତା ଗୁରୁଦେବ ମୋର,
ପୂଜ୍ୟସ୍ପଦ ତୁମେ ଜ୍ଞାନର ଭଣ୍ଡାର ।(୧)
ପିତା ମାତା ବନ୍ଧୁ ସଖା ସହୋଦର,
ସବୁରି ହୃଦୟେ ତୁମେ ଏକା ସାର  ।(୨)
ଅଜ୍ଞାନ ତିମିର ପଥ ବହୁଦୂର,
ଜ୍ଞାନ ର ଆଲୋକେ ଭୟ କର ଦୂର।(୩)
ଅମାନିଆ ଏଇ ଇନ୍ଦ୍ରିୟ ମୋହର,
ଶୃଙ୍ଖଳା  ଶୃଙ୍ଖଳେ  ନିୟନ୍ତ୍ରିତ କର ।(୪)
ମନ ପକ୍ଷୀ ମୋର ଅଥୟ ଅସ୍ଥିର,
ତୁମେ ଜ୍ଞାନ ସୁଧା ଅମୃତ ନିର୍ଝର।(୫)
ସୂକ୍ଷ୍ମ ଶିଳା ରେଣୁ ଜୀବନ ମୋହର,
ପାଦସ୍ପର୍ଶ ପାଇ ଛୁଇଁବି ଅମ୍ବର।(୬)
ଦି ଦିନର ଏଇ ଜୀବନ ଅସାର,
ସାର୍ଥକ କର ହେ ପରମ ଈଶ୍ଵର।(୭)
ଗୁରୁ ତୁମ ବାଣୀ ମେଘର ମହ୍ଲାର,
କୃପା ବାରି ତୁମ ବର୍ଷୁଥାଉ ଚିର।(୮)
 ତୁମରି ସ୍ଵରରେ ବୀଣା ର ଝଙ୍କାର,
ବେଶୁରାକୁ ମିଳେ ସଙ୍ଗୀତର ସ୍ବର।(୯)
ଗୁଣ ଗାଇବାକୁ ଜ୍ଞାନ ନାହିଁ ମୋର,
କରିଦିଅ କ୍ଷମା କରୁଣା ସାଗର ।(୧୦)

©Pranay Kumar Sahu
  #teachers_day
ab456802ff4045faa335fe7e880b1cbb

Pranay Kumar Sahu

ବାପା -ଏ ଧନ ଝିଅର ବୟସ ଯାଉଛି ଗଡି
ମୋ ପଦୁଅଁ କଢ଼ି,(୨)
ଧନ ନାଇ ଦେ ନାଇ ଦେ ଇସ୍କୁଲୁ ଛାଡ଼ି
ମୋ ପଦୁଅଁ କଢ଼ି।
ଝିଅକୁ ହେଲାଣି ଷୋଳ ବୟସ(୨)
ତାକୁ ପଠେଇ ଦେବା ତା ଶ୍ଵଶୁର ବାଡି 
ମୋ ପଦୁଅଁ ଲଢି।
ଏ ଧନ ଝିଅର ବୟସ ଯାଉଛି ଗଡି
ମୋ ପଦୁଅଁ କଢ଼ି,(୨)
ଧନ ନାଇ ଦେ ନାଇ ଦେ ଇସ୍କୁଲୁ ଛାଡ଼ି
ମୋ ପଦୁଅଁ କଢ଼ି।
ମା - କଜଲି କଜଲି ଆଖିରେ ତା କଜଲ ଗାର, (୨)
କହୁଛି ଆମର ଝିଅ ଗୋ ମୋତେ ଶିକ୍ଷିତ କର।
ଆଇନ କହୁଛି ବାଲ୍ୟ ବିଭା ବନ୍ଦ କର।(୨)
କିଶୋରୀ ପାଇଁ କି ଅଛି ଯେ  ଶିକ୍ଷା ଅଧିକାର।
ସିଲଟ ସାଙ୍ଗକୁ ଚକ୍ ଖଡ଼ି ,(୨)
ସୁନା ଅନ୍ଧ ବିଶ୍ଵାସରେ ଯିବନି ପଡ଼ି
ମୁଁ  ପଦୁ ଅଁ କଢି ।
ବାପା/ - ବିବାହ ବୟସ ଅଠର ଏ କଥାଟି ସାର।(୨)
ତୋର କଥା ଶୁଣି ବୁଝିଲି ଏବେ ଭୁଲ ମୋର ।(୨)
ବାପା/ ମା - ବାଳିକା ସୁରକ୍ଷା ଅଧିକାର ସମିତି ଗଢି।(୨)
ବାଲ୍ୟବିବାହ କୁ ଦେବାରେ ଆମେ ସମଜୁ ତଡି।(୨)
ମା ମାଉସୀ ଙ୍କୁ କହିବ ନିତି।(୨)
ଧନ ଝିଅ ଆମ ହେବ ମାଣିକ ମୋତି,
ମୋ ପଦୁଅଁ କଢ଼ି।
ଏ ଧନ ଝିଅର ସ୍ୱପନ ଦେବାନି ପୋଡ଼ି।
ମୋ ପଦୁଅଁ କଢ଼ି।
ଧନ ଝିଅ ଆମ ଯିବ ନିତି ପଢ଼ି। 
ମୋ ପଦୁଁ ଅ କଢ଼ି।

©Pranay Kumar Sahu
  #Dance #folksong
ab456802ff4045faa335fe7e880b1cbb

Pranay Kumar Sahu

White ମୂଲ୍ୟହୀନ ମୁଁ...
ତଥାପି କିଛି ଅମୂଲ୍ୟ ରତ୍ନ ସାଇତି ରଖିଛି 
ସେଥିରୁ ଗୋଟିଏ ତୁମେ

©Pranay Kumar Sahu
  #Sad_shayri
ab456802ff4045faa335fe7e880b1cbb

Pranay Kumar Sahu

White ଅପେକ୍ଷା ...
ଅପେକ୍ଷା ଗୋଟେ ଅନିଶ୍ଚିତ ଭବିଷ୍ୟତକୁ
ଅପେକ୍ଷା ଜଣେ ଅନାଗତ ସାଥିକୁ
ଅପେକ୍ଷା ଗୋଟେ କାହାଣୀର ଉପସଂହାରକୁ
ଅପେକ୍ଷା ଗୋଟେ ସଙ୍ଗୀତର ଅନ୍ତରାକୁ 
ଅପେକ୍ଷା ଗ୍ରୀଷ୍ମର ଗୋଧୂଳି ଲଗ୍ନକୁ
ଅପେକ୍ଷା ଗୋଟେ ଶୀତ ସକାଳର କୁହୁଡି ବର୍ଷାକୁ
ଅପେକ୍ଷା ଶ୍ରାବଣର ଅସରାଏ ଅଶ୍ରୁ ବର୍ଷାକୁ
ଅପେକ୍ଷା
 ଆଉ ଗୋଟେ କାହାଣୀର ପୁନରାବୃତ୍ତିକୁ

©Pranay Kumar Sahu
  #waitingଅପେକ୍ଷା

waitingଅପେକ୍ଷା #କବିତା

ab456802ff4045faa335fe7e880b1cbb

Pranay Kumar Sahu

White ଏବେ ଆଉ କାହା ଉପରେ ଅଭିମାନ କରିବାକୁ ସାହସ ନାହିଁ,
କାଳେ ସେ ବୁଝେଇବା ବଦଳରେ 
ସବୁଦିନ ପାଇଁ ଦୂରେଇ ଯିବ।
କାହାଠୁ କିଛି ଆଶା ନାହିଁ
ନିରାଶା ହିଁ ମିଳିବ ମୋତେ ।
ଧିରେ ଧିରେ ଚୁପ୍ ହୋଇଯିବାକୁ ଇଚ୍ଛା ହେଉଛି।
ଭଲ ହୁଅନ୍ତା ଯଦି ସବୁଦିନ ପାଇଁ ନୀରବି ଯାଆନ୍ତି ।
କାହା ମନରେ ଆଉ କଷ୍ଟ ଦେବାକୁ ନଥାନ୍ତି, 
କି କାହାର reply କୁ wait କରନ୍ତି ନାହିଁ ।

©Pranay Kumar Sahu
  #Hope
ab456802ff4045faa335fe7e880b1cbb

Pranay Kumar Sahu

ଏଇ ଶୁଣ ନା
ଗୋଟେ କାହାଣୀ ଶୁଣ ନା...

ଥରେ ସତ୍ୟ ଆଉ ମିଥ୍ୟା ଏକାଠି ଚାଲି ଚାଲି ଯାଇଥିଲେ । ବାଟରେ ଗୋଟେ ପୋଖରୀ ଦେଖିଲେ । ମିଥ୍ୟା କହିଲା,
" ଚାଲ  ବନ୍ଧୁ ଟିକିଏ ଗାଧୋଇ ଆସିବା।"
ଆଉ ସତ୍ୟ ନିଜ କପଡ଼ା ଖୋଲି ଯେମିତି ପୋଖରୀ କୁ ଗାଧୋଇବାକୁ ଡେଇଁ ପଡ଼ିଲା, ମିଥ୍ୟା ସଙ୍ଗେ ସଙ୍ଗେ ସତ୍ୟର ପୋଷାକ ନେଇ ଗଲା। ଆଉ ସେଇ ଦିନ ଠାରୁ ମିଥ୍ୟା ସତ୍ୟର ପୋଷାକ ପିନ୍ଧି ବୁଲୁଛି ।

©Pranay Kumar Sahu #mask
ab456802ff4045faa335fe7e880b1cbb

Pranay Kumar Sahu

ram lala ayodhya mandir ଜୟ ଶ୍ରୀ ରାମ
 ଆସ ଥରେ ଖାଲି ଥରେ
 ମୋ ମନ ମନ୍ଦିର ରେ ବିରାଜିତ ହୁଅ
ମୋ ପାପର ପାହାଚ ଉପରେ ପକେଇ ଦିଅ ତୁମ ପୁଣ୍ୟ ପାଦ
ପାଷାଣ ହୃଦୟ ମୋ ମୁକ୍ତି ପାଇ ବନିଯାଉ ଅହଲ୍ୟା
 ମନ ଅଗଣା ଖୋଲି ଖୋଜୁଛି ମୋ ଶବରୀ ହୃଦୟ
ଆସି ଥରେ ଦେଇଯାଅ ତୁମ ଦିବ୍ୟ ଦର୍ଶନ

 🙏🙏🙏

©Pranay Kumar Sahu
  #ramlalaayodhyamandir
ab456802ff4045faa335fe7e880b1cbb

Pranay Kumar Sahu

ଆଉ କାହାକୁ ମୁଁ ଦୋଷ ଦେଉନି କି କାହିଁକି ମୋତେ ଛାଡ଼ି ଚାଲିଗଲେ ।
ମୁଁ ଏବେ ମୋ ନିଜକୁ ଦେଖୁଛି ।
ମୋ ନିଜ ଭିତରେ ଭରିରହିଥିବା ଏତେ ଭୁଲ ଭରି ରହିଛି ଯେ ମୋ ନିଜକୁ ବି ମୋତେ ଘୃଣା ଆସୁଛି ।

©Pranay Kumar Sahu
  #Distant
ab456802ff4045faa335fe7e880b1cbb

Pranay Kumar Sahu

କ୍ରୋଧ
ଶାନ୍ତ ରହି ଯାହା ସବୁ ହାସଲ କରିଥିଲି,
ଥରେ ମାତ୍ର କ୍ରୋଧରେ ସେ ସବୁ କିଛି ହରେଇଦେଲି।
ମୋ ଆତ୍ମସମ୍ମାନ, ମୋ ଜୀବନର ସବୁଠୁ ଅମୂଲ୍ୟ ରତ୍ନ।

©Pranay Kumar Sahu
  #PhisaltaSamay
ab456802ff4045faa335fe7e880b1cbb

Pranay Kumar Sahu

Metamorphosis
ଆଉ ତୁମେ ମୋତେ ଦେଖିବନି ଯେମିତି ଗଲା ବର୍ଷ ମୋତେ ଦେଖିଥିଲ...
କାରଣ ମୋର ରୂପାନ୍ତରଣ ଘଟି ସାରିଛି

©Pranay Kumar Sahu
  #swiftbird
loader
Home
Explore
Events
Notification
Profile