Nojoto: Largest Storytelling Platform

Best yqbhainan Shayari, Status, Quotes, Stories

Find the Best yqbhainan Shayari, Status, Quotes from top creators only on Nojoto App. Also find trending photos & videos about yqbaba, hainan air, hainan medical university, hainanese chicken rice, hainan china,

  • 5 Followers
  • 6 Stories

Tejaswini Patra

#ହାତଠାରିଡାକେ2 #yqbhainan #yqodia #munodia #odiakavita #odiawritings #Challenge #kuchbateeinankahi

read more
  -:: ମା ::-

ଦୁନିଆର ଗହଳିରେ ଯେବେ ଥକିପଡେ ମୁଁ ଆଉ ବ୍ୟତିବ୍ୟସ୍ତ ଦୁନିଆ ଥାଏ,
ମନକଥା ବଖାଣି ବି ଯେବେ ପ୍ରତିଉତ୍ତରେ "ହଉ ଛାଡ ସେ ସବୁ ଡେରି ହେଲାନି ମୋର" ବହୁତ ହାଲକା ମିଜାଜରେ ସିଏ କହେ ॥

ପେଟର ଭୋକକୁ ଆଖିର ଲୁହ ଶାନ୍ତକରି ଶୁଆଇ ଦେଇ ଯେଵେ ନିଜେ ଶୋଇପାରେନା,
ମୋ ତକିଆର ଉଷ୍ମତା ବି ଯେବେ ମୋ ମନକୁ ଥଣ୍ତା କରିପାରେନା ॥

ସେବେ ଫୋନର ସେ ଅସଂଖ୍ଯ ନାଁ ଭିତରୁ ବି ଢଳଢଳ ଆଖି ଠାଉରେଇ ଦିଏ ସେ ସବୁଠୁ ପୁରୁଣା ନାଁ ଟିକୁ  ,
ଆଉ ବିନା ଚେଷ୍ଟାରେ ଜଳଜଳ ହୋଇ ଦିଶେ ସେ ଚେହେରା ଯାହା ପାଖେ ମୁଁ ସବୁକିଛି ॥

ଯିଏ ଦୁନିଆ ଜଞ୍ଜାଳରେ ବନ୍ଧା ପଡିବି ସମୟ ନିତି ସାଇତି ଥାଏ କିଛି ମୋ ପାଇଁ,
ନା କିଛି ଆଶା ଥାଏ ନା କିଛି ଅଭିମାନ ତାର ମୋ ପାଖେ, ଖାଲି ଥାଏ ନିଛନ୍ଦ ଭଲପାଇବା ମୋ ପାଇଁ ॥

କିଛି କହିବା ଆଗରୁ ହି ବୁଝିଯାଉଥିଲା ଯିଏ ପେଟର ଭୋକ, ତା' ଠୁ କଣ ଲୁଚେଇ ହବ କେବେ ଦୁଃଖ,
ଆଜିବି ଶାନ୍ତି ଟିକେ ମିଳେନି କୋଉଠି ଯେବେ, ହାତ ଠାରି ଡାକେ ମୋତେ ସେ ଅଧା ଭିଜା ପଣତର ସୁଖ ॥ #ହାତଠାରିଡାକେ2 #yqbhainan #yqodia #munodia #odiakavita #odiawritings #challenge #kuchbateeinankahi

Tejaswini Patra

#ପ୍ରତିଉତ୍ତର #ଆସିବକି_ସାଥିଟିକେ_ଏଇ_ଫଗୁଣରେ #yqbaba #yqodia #munodia #yqbhainan #kuchbateeinankahi

read more
                     :  ପ୍ରତିଉତ୍ତର  :
              (ଆସିବକି ସାଥି ଟିକେ ଏଇ ଫଗୁଣରେ)

ଅଗଢା ନଅର ପରି ମୋ ଜୀବନ , ଭଙ୍ଗାରୁଜା ସ୍ୱପ୍ନ କେତେ ମାନ ଅଭିମାନ
ଅବଶୋଷର ସେ ବୁଢିଅାଣୀ ଜାଲେ, ଛନ୍ଦାବନ୍ଧା ଥିଲା ନିରୀହ ଯୈାବନ ॥୧॥
ଦୁଃଖର ପାଉଣା କାହିଁ କେତେଗୁଣା , କ୍ରୋଧର ଜ୍ୱାଳାରେ ଜର୍ଜରିତ ଫଣା
ସୁଖ ସୈାଭାଗ୍ୟ ଶାନ୍ତି ପାଇଁ ଥିଲା ,  ଅଜଣା ଅଶୁଣା ମୋ ଘର ଠିକଣା ॥୨॥
ସରି ଆସୁଥିଲା ଜଳିଜଳି ସ୍ୱର୍ବ , ମନ ମଣିଷକୁ ଅପେକ୍ଷାର ପର୍ବ
ନଇଁ ନଇଁ ସେଇ ଅଭିଶପ୍ତ ରାତି , ଜାଳୁଥିଲା ଆଶା କିରଣର ଗର୍ବ ॥୩॥
ଭାଙ୍ଗି ସାରିଥିଲା ସବୁ ସ୍ୱପ୍ନ ମୋର , ଆଉଜୁଥିଲି ମୋ ମନର ଦୁଆର 
ସୈାଭାଗ୍ୟର ସେଇ ପାହାନ୍ତି ପହରେ, ଖେଳିଗଲା ଦେହେ ପ୍ରେମର ଶିହର ॥୪॥
ଫିକା କବିତାର ନିର୍ଜୀବ ଶବଦେ, ଭରିଦେଲା କିଏ ସାତରଙ୍ଗ ସତେ
ଫଗୁଣେ ସାଥିର ମିଳନ ବାରତା , ପହନ୍ଚାଇଲା କେ ପ୍ରିୟତମା ହାତେ ॥୫॥
ଆଜି ଏ ନିଶବ୍ଦ ନିସ୍ପନ୍ଦ ଜୀବନେ , ସ୍ନେହ ଶାନ୍ତି ତୃପ୍ତି ପୀରତି ବରଷେ
ମୋ ଛୋଟ ଦୁନିଆ ପଡିଲା ଉଛୁଳି , ତାର ସେ ନିଃଛନ୍ଦ ପ୍ରେମର ପରଷେ ॥୬॥ #ପ୍ରତିଉତ୍ତର #ଆସିବକି_ସାଥିଟିକେ_ଏଇ_ଫଗୁଣରେ #yqbaba #yqodia #munodia #yqbhainan #kuchbateeinankahi

Pallavi Pujapanda

#କଳା

ଦେଖଣାହାରୀ କି ଦେଖେ 
କଳାର ଧଳା ପାଖ,
ହାଲୁକା ଦାଗଟାଏ
କେଡେ ଜକଜକ !
ମୁଁ ପ୍ରେମ କରେ ଯେଉଁ ଫାଳ
ତମେ ସେଇ ଫାଳକ ନେଇ ଆସ,
ତମେ ଆସ ଗୋ
ଫେରେ ମୁହଁ ମାଖି  , କଣ୍ଠ ଝାଡ଼ି ଆସ
ଏ ବ୍ୟସ୍ତ , ବିଷାଦ
ସବୁ ଅଭିନୟ ସବୁ ଅବାସ୍ତବ !

#ଯାହା_ଯେମିତି_ସେମିତି
#ପଲ୍ଲବୀ
୧୬/୧୦/୨୦୨୨
 #yqbaba #yqbhainan  #thirdquote

Sandhya Rani Das

ଜୀବନ ରେ ଆସି ଆଉ କେବେ ବି ଫେରି ଯିବେନି ଏତିକି ଅନୁରୋଧ #cinemagraph #ଜିବନ #ଚଲାପଥ #ସୁଖଦୁଃଖ #yqbhainan #yqquotes #YourQuoteAndMine Collaborating with suryakant barik

read more
ତୁମ ଭଳି ସାଥି ପାଇ ହସିବ ଜୀବନ ମୋର ,
କେଉଁ ଜନ୍ମରେ ବହୁତ କିଛି ପୂଣ୍ୟ କରିଥିବି 
ସେଥିପାଇଁ ତମେ ହୋଇଲ ମୋର ।।।   ଜୀବନ ରେ ଆସି ଆଉ କେବେ ବି ଫେରି ଯିବେନି ଏତିକି ଅନୁରୋଧ
#cinemagraph
#ଜିବନ 
#ଚଲାପଥ 
#ସୁଖଦୁଃଖ 
#yqbhainan 
#yqquotes  #YourQuoteAndMine
Collaborating with suryakant barik

Sandhya Rani Das

ଜୀବନ ରେ ଆସି ଆଉ କେବେ ବି ଫେରି ଯିବେନି ଏତିକି ଅନୁରୋଧ #cinemagraph #ଜିବନ #ଚଲାପଥ #ସୁଖଦୁଃଖ #yqbhainan #yqquotes #YourQuoteAndMine Collaborating with suryakant barik

read more
ତୁମ ଭଳି ସାଥି ପାଇ ହସିବ ଜୀବନ ମୋର ,
କେଉଁ ଜନ୍ମରେ ବହୁତ କିଛି ପୂଣ୍ୟ କରିଥିବି 
ସେଥିପାଇଁ ତମେ ହୋଇଲ ମୋର ।।।   ଜୀବନ ରେ ଆସି ଆଉ କେବେ ବି ଫେରି ଯିବେନି ଏତିକି ଅନୁରୋଧ
#cinemagraph
#ଜିବନ 
#ଚଲାପଥ 
#ସୁଖଦୁଃଖ 
#yqbhainan 
#yqquotes  #YourQuoteAndMine
Collaborating with suryakant barik

Jyotshna Rani Sahoo

Collab କରନ୍ତୁ ଉପରୋକ୍ତ ପଦରେ। ଲେଖନ୍ତୁ ଆପଣଙ୍କ କବିତା କଣ କୁହେ ଯେବେ ଶେଷ ଧାଡି ଆସିଯାଏ। #yqbhainan #yqodia #ଶେଷପଂକ୍ତିରେ #munodia #odiakavita #YourQuoteAndMine Collaborating with YourQuote Bhaina

read more
କବି ମନ ଭାବନାର ଗନ୍ତା ଘର
ନାହିଁ କେବେ ଲେଖିବାରେ ଅନ୍ତ ତାର।
ଫର୍ଦ୍ଦ ପରେ ଫର୍ଦ୍ଦ ଦିଏ ଲେଉଟାଇ
ଲେଖୁ ଲେଖୁ ଯାଏ ସରି କଲମ ସାହି।
ସମୟ ବି ଚକ ପରେ ଚକ ଦିଏ ଓଲଟାଇ
ହେଲେ ବି ତ ଲେଖା ତାର ସରେନାହି।
କାମନାର ଅନ୍ତ ଯେମିତି ହୁଏ ନାହିଁ
ଲେଖିବାର ଲୋଭ ତାର ଛାଡେ ନାହିଁ।
ଶେଷ ଧାଡ଼ି ଯେତେବେଳେ ଆସିଯାଏ
ମନେ କିଛି ଭାବନା ତା ରୁଦ୍ଧ ହୋଇ ରହିଯାଏ।
ପୁଣି ଏକ ଆରମ୍ଭ ନୂଆ ଶୀର୍ଷକରେ
ପରବର୍ତ୍ତୀ ଅଧ୍ୟାୟ ପରି ଜୀବନରେ।
                Jyotshna rani sahoo






 Collab କରନ୍ତୁ ଉପରୋକ୍ତ ପଦରେ। ଲେଖନ୍ତୁ ଆପଣଙ୍କ କବିତା କଣ କୁହେ ଯେବେ ଶେଷ ଧାଡି ଆସିଯାଏ।

#yqbhainan #yqodia #ଶେଷପଂକ୍ତିରେ #munodia #odiakavita  #YourQuoteAndMine
Collaborating with YourQuote Bhaina


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile